ବୟସ ବଢ଼ିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ । ତେବେ କମ ବୟସରୁ ଏକ ସୁସ୍ଥ ଜୀବନଶଶୈଳୀ ଗ୍ରହଣ କରି ଏହି ରୋଗରୁ ଆପଣ ରକ୍ଷା ପାଇପାରିବେ । ପୂର୍ବ କାଳରେ ବୟସ୍କ ଏବଂ ବୃଦ୍ଧମାନେ ହୃଦରୋଗ ତଥା ହୃଦଘାତର ଶିକାର ହୋଇଥିଲେ । କିନ୍ତୁ ସମୟ ବଦଳିବା ସହିତ ଯୁବକମାନଙ୍କ ମଧ୍ୟରେ ଏହି ରୋଗର ଆଶଙ୍କା ମଧ୍ୟ ଦେଖାଯାଉଛି, ଯାହାକୁ ଏଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆଯାଏ ତେବେ ଅଳ୍ପ ବୟସରେ ଘଟୁଥିବା ପ୍ରାୟ ୮୦ ପ୍ରତିଶତ ହୃଦଘାତକୁ ରୋକାଯାଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧୂମ୍ରପାନରୁ ଦୂରେଇ ରହିବା, ସୁସ୍ଥ ଖାଦ୍ୟ ଶୈଳୀ ଗ୍ରହଣ କରିବା, ନିୟମିତ ବ୍ୟାୟାମ କରିବା, ଉପଯୁକ୍ତ ଓଜନ, ରକ୍ତଚାପ, ଚିନି ଏବଂ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବା ଅଭ୍ୟାସ ଅଳ୍ପ ବୟସରୁ ଆରମ୍ଭ ହେବା ଉଚିତ।ହୃଦରୋଗ ମୁଖ୍ୟତଃ ହାର୍ଟରେ ଥିବା କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ପଦାର୍ଥର କାରଣରୁ ହୋଇଥାଏ । ଏହା ଆଥେରୋସ୍କ୍ଲେରୋସିସ ଭାବରେ ବେଶ ଜଣାଶୁଣା । ତେବେ ଏଗୁଡ଼ିକ ଅଳ୍ପ ବୟସରେ ହାର୍ଟ ଭିତରେ ତିଆରି ହୋଇଥାନ୍ତି ଏବଂ ସେହି ସ୍ଥାନଗୁଡିକୁ ଅବରୋଧ କରଥାନ୍ତି । ପଳରେ ହାର୍ଟ ଆମ ଶରୀରକୁ ପର୍ଯ୍ୟପ୍ତ ପରିମାଣର ରକ୍ତ ହୋଗାଇ ଦେବାକୁ ଅସମର୍ଥ ହୋଇଥାଏ । ଯାହା ଦ୍ୱାରା ବିଭିନ୍ନ ପ୍ରକାରର ହୃଦରରୋଗ ହୋଇଥାଏ
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Next Post