ଆଜିର ଯୁଗରେ ଆମ ଭିତରୁ ଅନେକ ବସି ବସି କାମ କରିଥାନ୍ତି । ଏଥିରେ ଶାରୀରିକ ପରିଶ୍ରମ ନ ଥାଏ । ଘଣ୍ଟା ଘଣ୍ଟା, ଗୋଟିଏ ଜାଗାରେ ବସି କାମ କରିବାକୁ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିଫଳିତ ହେଉଛି । ଆମକୁ ମୋଟାପଣ, ମଧୁମେୟ, ହୃଦକ୍ଷାତ ପରି ରୋଗ ହେଉଛି । ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଡାକ୍ତର ଯାହା ବି ପରାମର୍ଶ ଦିଅନ୍ତୁନ ନା କାହିଁକି, ସେମାନଙ୍କ ପରାମର୍ଶରେ ଗୋଟିଏ କଥା କମନ ଥାଏ, ତାହା ୱାକ୍ ।ଦିନକୁ ଅଢେଇ ହଜାର ପାଦ ଚାଲିବା ସୁସ୍ଥ ଜୀବନ ପାଇଁ ଜରୁରୀ ।ଡାକ୍ତରଙ୍କ ମୁତାବକ, ୧୦ ହଜାର ଷ୍ଟେପ ଚାଲିବା ଅତି ଭଲ । ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ଆମକୁ ଦୂରେଇ ରଖେ । ତେବେ ଏତେଚାଲିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ବୟସ ମୁତାବକ ଚାଲିବା ଅଭ୍ୟାସ କରିବା ଦରକାର । ୧୮-୫୦ ବର୍ଷ ମଧ୍ୟରେ ଜଣକୁ ୧୨ ହଜାରଷ୍ଟେପ ଚାଲିବା ଜରୁରୀ । ୬୦ରୁ ଅଧିକ ବୟସର ହୋଇଥିଲେ ଏହାକୁ କମାଇ ୮ ହଜାର ଭିତରେ ରଖନ୍ତୁ । ଏହା ପୁରୁଷଙ୍କ ପାଇଁ ।ମହିଳାଙ୍କ ପାଇଁ ୪୦ ବର୍ଷରୁ ଅଧିକା ହୋଇଥିଲେ ୧୨ ହଜାର, ୫୦ ହୋଇଥିଲେ ୧୧ ହଜାର ଓ ୫୦-୬୦ ମଧ୍ୟରେ ବୟସ ହୋଇଥିଲେ ୧୦ ହଜାର ପାଦ ଚାଲିବା ଦରକାର ।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prev Post
Next Post