ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲେପାଥିକ୍ ଔଷଧ ଆଣି ଖାଉଛନ୍ତି । କାଶରୁ ମୁକ୍ତି ପାଇବା ପାଇଁ ଶିରପ ଖାଉଛନ୍ତି । ହେଲେ, ବାଡିରେ ଥିବା ତୁଳସୀ ପତ୍ର, ଅଁଳା, ତେଜପତ୍ର ଭଳି ଔଷଧିୟ ଗଛକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କେବଳ ଥଣ୍ଡା ଜ୍ୱର ନୁହେଁ, ଶୀତ ଦିନରେ ଆଂଠୁ ଗଣ୍ଠି ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି,ଶୀତଦିନରେ ସେମାନେ ଯନ୍ତ୍ରଣା ଭୋଗିଥାନ୍ତି । ତେବେ ଆୟୁର୍ବେଦରେ ଏହାର ଉପଚାର ରହିଛି । ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ, ଔଷଧ ଓ ତେଲ ବ୍ୟବହାର ଦ୍ୱାରା ଆଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ।ଏଥିସହ ଶୀତ ଦିନ ଆସିଲେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହୋଇଥାନ୍ତି । ଯାହାର ଘରୋଇ ଉପଚାର ରହିଛି ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Next Post