ଶୀତ ଋତୁ ଆରମ୍ଭ ହୋଇଯାଇଛି । ହେଲେ ଯେତେବେଳେ ଶୀତ ଅଧିକ ବଢି ଯିବ ସେତେବେଳେ ଲୋକମାନଙ୍କର ହାତ ଓ ପାଦ ଫୁଲିବା ସହ କଷ୍ଟ ମଧ୍ୟ ହେବାକୁ ଲାଗିବ । ତେବେ ଆପଣମାନେ ଏହାର କାରଣ ଜାଣିଛନ୍ତି କି, ଯେ କଣ ପାଇଁ ହାତ ଓ ପାଦରେ କଷ୍ଟ ହେବାକୁ ଲାଗିଥାଏ । ଶୀତ ଦିନ ଯୋଗୁ ହାତ ଓ ପାଦ ଫୁଲଥିଏ, ଆପଣମାନେ ହଳଦୀର ବ୍ୟବହାର କରି ଏହି କଷ୍ଟରୁ ମୁକ୍ତି ପାଇପାରିବେ । ତେବେ ହଳଦୀରେ ବହୁତ ଔଷଧ ଗୁଣ ରିହିଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇପାରେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହାର ବ୍ୟବହାର କରିବେ । ପ୍ରଥମେ ଅଳ୍ପ ଉଷୁମ ପାଣି ନେଇ ଯିବେ ଓ ସେଥିରେ ଦୁଇ ଚାମଚ ହଳଦୀ ମିଶାଇବେ । ଏହାପରେ ସେହି ପାଣିରେ ପାଦ ପୂରାଇ ରଖିବେ । ଏହାସହ ସେହି ପାଣିକୁ ହାତ ଓ ଫୁଲିଥିବା ଅନ୍ୟ ସ୍ଥାନରେ ଲଗାଇବେ । ଏହାପରେ ସେହି ସ୍ଥାନକୁ ଭଲ ଭାବେ ପୋଛି, ସେଥିରେ ତେଲ ମାଲିସ କରିନେବେ । ଶୀତ ଦିନରେ ଶରୀର ଫୁଲିବା ଓ କୁଣ୍ଡାଇ ହେବାରୁ ବଞ୍ଚିବା ପାଇଁ ଆପଣ ନଡିଆ ତେଲ ଓ କର୍ପୁର ବ୍ୟବହାର କରିପାରିବେ । ଏହାସହ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ମଧ୍ୟ ହୋଇଥାଏ । ତେବେ ଏହି ଦୁଇଟି ଜିନିଷକୁ ମିଶାଇ ଦିଅନ୍ତୁ ଓ ସେହି ମିଶ୍ରଣକୁ ଫୁଲିଥିବା ସ୍ଥାନରେ ଭଲ ଭାବେ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ତାପରେ ଦେଖିବେ ଫୁଲା, କୁଣ୍ଡାଇ ହେବା ଓ କଷ୍ଟରୁ କିପରି ଭାବେ ଆରାମ ପାଇବେ ।
Trending
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
Prev Post
Next Post