ଲିଭର କ୍ୟାନସରରେ ଦେଖାଦେଇଥାଏ ୧୦ଟି ବଡ଼ ଲକ୍ଷଣ

ଲିଭର କ୍ୟାନସରରେ ଏକ ଟ୍ୟୁମର ହୋଇଥାଏ, ଯାହାକି ଧୀରେଧୀରେ ତିଆରି ହୋଇଥାଏ । ଲିଭର ସେଲ୍ସର ଡିଏନଏରେ କିଛି ପରିବର୍ତ୍ତନ ଦେଖାଦେଲେ ଲିଭର କ୍ୟାନସର ହୋଇଥାଏ । ଏହି କାରଣରୁ ସେଲ୍ସ ଅନିୟନ୍ତ୍ରିତ ଭାବେ ବଢ଼ିବାରେ ଲାଗିଥାଏ ଓ କ୍ୟାନ୍ସର କୋଷିକାଗୁଡ଼ିକ ଦ୍ୱାରା ଏକ ଟ୍ୟୁମର ତିଆରି ହୋଇଥାଏ । ଅନେକ କ୍ଷେତ୍ରରେ ଯେଉଁ ଲୋକଙ୍କ ଠାରେ କୌଣସି ବିମାରୀ ନଥାଏ ସେମାନଙ୍କ ଠାରେ ମଧ୍ୟ ଲିଭର କ୍ୟାନସର ହୋଇଥିବାର ଉଦାହରଣ ଦେଖିବାକୁ ମିଳିଛି ।ଲିଭର କ୍ୟାନସରର ଆରମ୍ଭରୁ କିଛି ବ୍ୟକ୍ତିଙ୍କ ଠାରେ କିଛି ବି ଲକ୍ଷଣ ଦେଖାଯାଇ ନଥାଏ । ଅଧିକାଂଶ ଲୋକଙ୍କ ଠାରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖିବାକୁ ମିଳିନଥାଏ । ଅନେକଙ୍କ କ୍ଷେତ୍ରରେ ଭୋକ ନ ହେବା, ପେଟର ଉପର ଭାଗରେ ଯନ୍ତ୍ରଣା, ବାନ୍ତି ଆସିବା, ଓଜନ କମିଯିବା, ଦୁର୍ବଳତା ଓ ଥକ୍କାପଣ, ଲଭର ସାଇଡ୍ ଫୁଲିବା, ଚର୍ମ ଓ ଆଖିରେ ଧଳା ଅଂଶ ହଳଦିଆ ହୋଇଯିବା, ମଳ ରଙ୍ଗରେ ପରିବର୍ତ୍ତନ ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଡାଇବେଟିସ ରୋଗୀ ନିଜର ଲାଇଫଷ୍ଟାଇଲ ଓ ଖାଦ୍ୟପେୟରେ ଖାସ୍ ଧ୍ୟାନ ରଖିବା ଆବଶ୍ୟକ । କାରଣ ସେମାନଙ୍କ ପାଇଁ ଲିଭର କ୍ୟାନସର ଆଶଙ୍କା ଅତ୍ୟଧିକ ରହିଥାଏ । ସେହିପରି ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଫଳରେ ଲିଭର କ୍ୟାନସର ଆଶଙ୍କା ରହିଥାଏ ।