କିସ୍ମିସ୍ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍ମିସ୍ ଖାଇବା ଦ୍ୱାରା ଏଥିରୁ କିଛି ମାତ୍ରାରେ ଉପଶମ ମିଳିଥାଏ। କିସ୍ମିସ୍ ହେଉଛି କମ୍ କ୍ୟାଲୋରୀ ଯୁକ୍ତ। ତେଣୁ ଏହାକୁ ଖାଇଲେ ମେଦବହୁଳତା ସମସ୍ୟା ସହ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ମଧ୍ୟ ଅଧିକ ପରିମାଣର ଫାଇବର୍ ରହିଛି। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଏହାକୁ ଖାଇଲେ ରକ୍ତରେ ଶର୍କରା ବା ସୁଗାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ୍ ଗୁଣ ମଧ୍ୟ ରହିଛି। କିସ୍ମିସ୍କୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ପଲିଫେନୋଲ୍ ନାମକ ଏକ ପିଗ୍ମେଣ୍ଟ୍ ରହିଛି, ଯାହା ଆଖି ତଳ ଭାଗରେ କଳା ଦାଗ ହେବାରୁ ରକ୍ଷା କରେ। କିସ୍ମିସ୍ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଏହାକୁ ଖାଇଲେ ତାହା ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
Prev Post
Next Post