ଶରୀର ଗଠନରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପ୍ରକୃତି ବିଭିନ୍ନ ପ୍ରକାରର ଖାଦ୍ୟ ସୃଷ୍ଟି କରିଛି, ଯେଉଁଥିରେ କୋଷ ଏବଂ ଶରୀରର ଟିସୁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଶକ୍ତି ପାଇବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ। କିନ୍ତୁ ଖାଦ୍ୟ ଯଦି ଦୂଷିତ ହୋଇଯାଏ, ତାହା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରେ। ବିଶ୍ୱରେ ୧୦ ଜଣଙ୍କ ମଧ୍ୟରୁ ଜଣେ ଦୂଷିତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇଯାଆନ୍ତି ଏବଂ ପ୍ରତିବର୍ଷ ୪୨୦,୦୦୦ ମୃତ୍ୟୁବରଣ କରନ୍ତି। ଖାଦ୍ୟର ଗୁଣ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ପ୍ରତିବର୍ଷ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଜୁନ ୭ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ୭ ଜୁନ ୨୦୧୯ରେ ପ୍ରଥମ ଥର ପାଇଁ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥିଲା, ଯାହା ଖାଦ୍ୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ବିଶ୍ୱ ଉଦ୍ୟମରେ ଏକ ମାଇଲଖୁଣ୍ଟ ଭାବରେ ପରିଗଣିତ ହୋଇଛି। ଚଳିତବର୍ଷ ଖାଦ୍ୟ ସୁରକ୍ଷା ଦିବସର ବିଷୟବସ୍ତୁ ‘ଖାଦ୍ୟ ସୁରକ୍ଷା: ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତି’ ରହିଛି।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
Prev Post