ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) । ବିଏସକେୱାଇ ବଦଳରେ ରାଜ୍ୟରେ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିଛନ୍ତି ।ମନମୋହନ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା । ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକମାନେ ଅଧିକ ସୁବିଧା ପାଇ ପାରିବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା ତାହା ଟିକେ ବିଳମ୍ବ ହୋଇପାରେ । ବିଜେପିର ସଂସଦୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେ, ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ । ଏହା ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । ମାତ୍ର ଚଳିତ ବର୍ଷର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଏସକେୱାଇକୁ ନେଇ ଅନେକ ଅଭିଯୋଗ ଆସିଥିଲା ।
Trending
- ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ
- ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି
- ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା; ୯ ଜଣଙ୍କର ମୃତ୍ୟୁ
- ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ
- ବିହାରରେ ଜିତିବ କିଏ?
- ସିବିସି ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ
- ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେବ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ
- ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ
Prev Post
Next Post