ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ ଏଡିମା’ ସମସ୍ୟା ଶରୀର ପାଇଁ ବଡ଼ ଚିନ୍ତାଜନକ । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖାଦେଇଥାଏ । ତେବେ ଅନେକ ଲୋକ ଏହି ରୋଗର ଲକ୍ଷଣ ବିଷୟରେ ଅବଗତ ନଥିବା ବେଳେ ଆଉ କିଛି ଏହାକୁ ଅଣଦେଖା କରିଥାନ୍ତି । ତେଣୁ ସଚେତନ ରହିଲେ ଏହି ରୋଗର କିଛି ଲକ୍ଷଣକୁ ଆମେ ସହଜରେ ଚିହ୍ନଟ କରିପାରିବା ।ଏହି ରୋଗ ହେଲେ ଶୋଇବାସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା, ଛାତିରେ ଯନ୍ତ୍ରଣା ହେବା, ବିଚଳିତ ଲାଗିବା, ଥକ୍କାପଣ ଲାଗିବା, ତ୍ୱଚା ହଳଦିଆ ଦେଖାଯିବା, ପାଦରେ ଯନ୍ତ୍ରଣା ହେବା, ହୃଦ ସ୍ପନ୍ଦନରେ ଅନିୟମିତତା ହେବା, ଛେପରେ ଫେଣ ଆସିବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ । ତେଣୁ ଏହିସବୁ ଲକ୍ଷଣ ଶରୀରରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ନିମୋନିଆ, ରକ୍ତ ସଂକ୍ରମଣ, କିଡନୀ ଫେଲ, ନିଃଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଔଷଧର ଓଭର ଡୋଜ ଓ ଲିଭର ସିରୋସିସ୍ କାରଣର ଫୁସଫୁସରେ ପାଣି ଜମିଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏହି ରୋଗର ଲକ୍ଷଣ ଚିହ୍ନଟ ହେବା ପରେ କିଡନୀ ଫଙ୍କସନ, ଲିଭର ଫଙ୍କସନ, ବ୍ଲଡ୍ କାଉଣ୍ଟ ଟେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥଶନ୍ତି ।
Trending
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ ଅନୁଷ୍ଠିତ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
Prev Post
Next Post