ଖୁବଶୀଘ୍ର ଲୋକଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଉଛି ଭାରତର ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ସହ ଲଢିବା ପାଇଁ ଭାରତ ସ୍ୱଦେଶୀ ଟୀକା ପ୍ରସ୍ତୁତ କରିସାରିଛି । ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଲ ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପ୍ୟାନେସିଆ ବାୟୋଟିକ ସହ ମିଶି ଦେଶରେ ଡେଙ୍ଗୁର ସଫଳ ଟୀକା ପ୍ରସ୍ତୁତ କରିଛି । ଏହାର ୨ଟି କ୍ଲିନିକାଲ ଟ୍ରାଏଲ ସଫଳତା ପାଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ରିପୋର୍ଟ ଅନୁସାରେ, ଭାରତରେ ଡେଙ୍ଗୁର ପ୍ରଥମ ସ୍ୱଦେଶୀ ଟୀକା ଟ୍ରାଏଲରେ ୧୦,୩୩୫ ପାର୍ଟିସିପେଣ୍ଟସକୁ ସାମିଲ କରାଯାଇଛି । ପ୍ରଥମ ଟୀକା ରୋହତକର ପଣ୍ଡିତ ଭଗବତ ଦୟାଲ ଶର୍ମା ପିଜି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ଜଣେ ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହାପରେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଟୀକାର ଟ୍ରାଏଲ କରାଯିବ । ଏହା ଡେଙ୍ଗୁର ଶେଷ ପର୍ଯ୍ୟାୟ ଟ୍ରାଏଲ ହୋଇଥିବା ବେଳେ ଏଥିରେ ସଫଳତା ମିଳିଲେ ଖୁବଶୀଘ୍ର ଏହା ମାର୍କେଟରେ ମଧ୍ୟ ଉପଲବ୍ଧ ହୋଇପାରିବ ।ଡେଙ୍ଗୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଦୁର୍ବଳ ହୋଇଯିବା ସହ ପ୍ଲେଟଲେଟ କାଉଣ୍ଟ ମଧ୍ୟ କମ୍ ହୋଇଯାଏ । ତେବେ ଟୀକା ଉପଲବ୍ଧ ହେବା ପରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ସଂକ୍ରମିତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାକୁ ନେଇ କହିଛନ୍ତି ଯେ, ଏହି ଟୀକା ଡେଙ୍ଗୁ ବିରୋଧରେ ବେଶ୍ ସଫଳତା ପାଇପାରିବ ଏବଂ ଆତ୍ମନିର୍ଭର ଭାରତକୁ ମଜବୁତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା