ସାରା ଦେଶରେ ଏବେ ଅସହ୍ୟ ଗରମ ସହ ଗୁଳୁଗୁଳିର ଜାରି ରହିଛି । କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଖରାରେ ବାହାରିବା ଦ୍ୱାରା ଡିହାଇଡ୍ରେସନ ହେବାର ଆଶଙ୍କା ରହିଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି, ସରବତ କିମ୍ବା ଘୋଳ ଦହି ସେବନ କରିବା ଉଚିତ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ଘୋଳ ଦହି ରାମବାଣ ସଦୃଶ ଅଟେ । ଘୋଳ ଦହିରେ ପ୍ରଚୁର ମାତ୍ରାରେ ମିନେରାଲସ, ଭିଟାମିନସ, କ୍ୟାଲସିୟମ, ପ୍ରୋଟିନ ଏବଂ ପ୍ରୋବାୟୋଟିକ ରହିଛି । ଘରେ ଘୋଳ ଦହି ତିଆରି କରୁଥିଲେ ଏହାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆବଶ୍ୟକ ମୁତାବକ ଜିରା ଗୁଣ୍ଡ, ପୋଦିନା ଏବଂ ସାମାନ୍ୟ ଲୁଣ ମିଶେଇ ପିଇପାରିବେ । ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଘୋଳ ଦହିରେ ଥିବା ହେଲ୍ଦୀ ବ୍ୟାକ୍ଟେରିଆ, କାର୍ବୋହାଇଡ୍ରେଟ୍ ଏବଂ ଲାକ୍ଟୋଜ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାର ନିୟମିତ ସେବନ ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହୋଇଥାଏ । ପାଚନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ । ଏହି ପାନୀୟକୁ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ମଧ୍ୟ କୁହାଯାଇଛି । ଏଥିରେ ଥିବା କ୍ୟାଲସିୟମ ଏବଂ ପ୍ରୋଟିନ୍ ହାଡ଼କୁ ଶକ୍ତ କରିଥାଏ । ସବୁଠାରୁ ବଡ଼ କଥାହେଉଛି ଡାଇବେଟିସ ରୋଗୀମାନେ ଘୋଳ ଦହି ସେବନ କରିବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ । ଘୋଳ ଦହିରେ କ୍ୟାଲୋରି ଏବଂ ଫ୍ୟାଟର ମାତ୍ରା କମ୍ ଥିବାରୁ ଓଜନ ହ୍ରାସ ଏବଂ କଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଘୋଳ ଦହିରେ ଭିଟାମିନ୍ –ବି, ପ୍ରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ପୋଷକ ତତ୍ୱ ଶରୀରକୁ ଡିଟକ୍ସିଫାଇ କରିବାରେ ସହାୟକ ହୋଇଥାଏ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Next Post