ଟୁଥ୍ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍ କରିବା ସମୟରେ ଯେତେ ଅଧିକ ଟୁଥ୍ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ ଭାବନ୍ତି। ମାତ୍ର ଏହା ଭୁଲ୍। ଅଧିକ ପେଷ୍ଟ ବ୍ୟବହାର କରିବା ଫଳରେ ଦାନ୍ତକୁ କ୍ଷତିି ପହଞ୍ଚିଥାଏ।ଦାନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଅଧିକ ଟୁଥ୍ପେଷ୍ଟର ବ୍ୟବହାର ବ୍ୟକ୍ତିଙ୍କ ଅପେକ୍ଷା ଛୁଆଙ୍କୁ ଅଧିକ କ୍ଷତି ପହଞ୍ଚିଥାଏ। ପେଷ୍ଟରେ ଥିବା ଫ୍ଲୋରାଇଡ୍ ଦାନ୍ତକୁ ମଜଭୁତ କରୁଥିବା ମଇଳାକୁ ସଫା କରିବାର କାମ କରିଥାଏ। ଏଣୁ ଦାନ୍ତ ଘଷିବା ସମୟରେ ପେଷ୍ଟର ମାତ୍ରା ମଟର ମଞ୍ଜି ଆକାରରେ ରହିବା ଆବଶ୍ୟକ। ତେବେ ଏହା ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଅଧିକ। ଏଣୁ ସେମାନଙ୍କୁ ଆହୁରି କମ୍ ପରିମାଣରେ ପେଷ୍ଟ ଦେବା ଉଚିତ। କାରଣ ବଜାରରେ ମିଳୁଥିବା ଅନେକ ଟୁଥ୍ପେଷ୍ଟରେ ଫ୍ଲୋରାଇଡ୍ର ମାତ୍ରା ଭିନ୍ନ ଭିନ୍ନ ରହିଥାଏ। ଅଧିକ ପରିମାଣରେ ଫ୍ଲୋରାଇଡ୍ ଥିବା ପେଷ୍ଟରେ ଘଷିବା ଦ୍ୱାରା ଛୋଟ ପିଲାଙ୍କୁ କ୍ଷତି ପହଞ୍ଚାଇଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ