ଟୁଥ୍ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍ କରିବା ସମୟରେ ଯେତେ ଅଧିକ ଟୁଥ୍ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ ଭାବନ୍ତି। ମାତ୍ର ଏହା ଭୁଲ୍। ଅଧିକ ପେଷ୍ଟ ବ୍ୟବହାର କରିବା ଫଳରେ ଦାନ୍ତକୁ କ୍ଷତିି ପହଞ୍ଚିଥାଏ।ଦାନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଅଧିକ ଟୁଥ୍ପେଷ୍ଟର ବ୍ୟବହାର ବ୍ୟକ୍ତିଙ୍କ ଅପେକ୍ଷା ଛୁଆଙ୍କୁ ଅଧିକ କ୍ଷତି ପହଞ୍ଚିଥାଏ। ପେଷ୍ଟରେ ଥିବା ଫ୍ଲୋରାଇଡ୍ ଦାନ୍ତକୁ ମଜଭୁତ କରୁଥିବା ମଇଳାକୁ ସଫା କରିବାର କାମ କରିଥାଏ। ଏଣୁ ଦାନ୍ତ ଘଷିବା ସମୟରେ ପେଷ୍ଟର ମାତ୍ରା ମଟର ମଞ୍ଜି ଆକାରରେ ରହିବା ଆବଶ୍ୟକ। ତେବେ ଏହା ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଅଧିକ। ଏଣୁ ସେମାନଙ୍କୁ ଆହୁରି କମ୍ ପରିମାଣରେ ପେଷ୍ଟ ଦେବା ଉଚିତ। କାରଣ ବଜାରରେ ମିଳୁଥିବା ଅନେକ ଟୁଥ୍ପେଷ୍ଟରେ ଫ୍ଲୋରାଇଡ୍ର ମାତ୍ରା ଭିନ୍ନ ଭିନ୍ନ ରହିଥାଏ। ଅଧିକ ପରିମାଣରେ ଫ୍ଲୋରାଇଡ୍ ଥିବା ପେଷ୍ଟରେ ଘଷିବା ଦ୍ୱାରା ଛୋଟ ପିଲାଙ୍କୁ କ୍ଷତି ପହଞ୍ଚାଇଥାଏ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ