ଅତ୍ୟଧିକ ମିଠା ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ
ଓଜନ ବଢିବା ପ୍ରାୟତଃ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ଅନେକ ଥର ଲୋକେ ପ୍ରତିଦିନ ସମାନ ଜିନିଷ ଖାଇବା ଆରମ୍ଭ କରନ୍ତି । ଏହା ଆରମ୍ଭରେ ଓଜନ ହ୍ରାସ କରିପାରେ, କିନ୍ତୁ ପରେ ଓଜନ ବୃଦ୍ଧି କରେ। ଏହି ଖାଦ୍ୟ ମଧ୍ୟରେ ଭାତ, ଡାଲି ଓ ପନିପରିବା ମଧ୍ୟ ସାମିଲ। ଓଜନ ହ୍ରାସ ପାଇଁ ଏକ ପ୍ରକାର ନୁହେଁ ବରଂ ବିଭିନ୍ନ ପ୍ରକାରର ଜିନିଷ ଖାଇବା ଉଚିତ।
ଅଧିକାଂଶ ଖାଇବା ପରେ ଓ ରାତିରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଅତ୍ୟଧିକ ମିଠା ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ। ପ୍ରତିଦିନ ଆଇସକ୍ରିମ୍, କେକ୍, ମିଠା କିମ୍ବା ଅନ୍ୟାନ୍ୟ ମିଠା ଜିନିଷ ଖାଇବା ଉଚିତ୍ ନୁହେଁ। ଏହି ଜିନିଷଗୁଡିକ କେବଳ ବେଳେବେଳେ ଖାଇ ପାରିବେ। ରାତିରେ ଜଙ୍କ୍ ଫୁଡ୍ ଭୁଲରେ ମଧ୍ୟ ସେବନ କରିବା ଉଚିତ ନୁହେଁ। ଏହା ଶୀଘ୍ର ଓଜନ ବୃଦ୍ଧି କରିଥାଏ।ଏହା ଅନେକ ରୋଗର ମଧ୍ୟ କାରଣ ପାଲଟିଥାଏ। ଓଜନ ନିୟନ୍ତ୍ରିତ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଅଧିକାଂଶ ଲୋକ ସେମାନଙ୍କର ଖାଦ୍ୟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତି ମାତ୍ର ଜାଣତରେ ହେଉ ଅଥବା ଅଜାଣତରେ ଏପରି କିଛି ଖାଦ୍ୟ ସେବନ କରିଥାଆନ୍ତି, ଯାହା ଓଜନ ବୃଦ୍ଧିର କାରଣ ପାଲଟିଥାଏ।