ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ଅଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖେ । ଗିଲୋଇର ଷ୍ଟିମ୍ ଏବଂ ମୂଳ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଗିଲୋଇକୁ ରସ ଭାବରେ ମଧ୍ୟ ପିଆଯାଏ । ତେବେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗ ସହିତ ମଧ୍ୟ ଲଢ଼ିଥାଏ ।ଯଦି ଆପଣଙ୍କର ମଧୁମେହ କିମ୍ବା ରକ୍ତରେ ଶର୍କରା ଅଛି, ତେବେ ଗିଲୋଇର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ । ମଧୁମେହରେ ପିଡିତ ଲୋକମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଗିଲୋଇ ରସ ପିଇଲେ ଏହା ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ ରଖେ। ଗିଲୋଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅନେକ ରୋଗ ସହ ଲଢିଥାଏ । ଗିଲୋଇ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ରକ୍ତକୁ ସଂପୂର୍ଣ୍ଣ ପରିଷ୍କାର କରିଥାଏ । ଯଦି ତୁମେ ମୋଟାପଣକୁ ନେଇ ଚିନ୍ତିତ ତେବେ ଏହା ତୁମର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ମୁହଁର ଚମକ ଆଣିବାକୁ ଚାହୁଁଥିଲେ ଆପଣ ଗିଲୋଇ ମଧ୍ୟ ବ୍ୟବହାର କରିପାରିବେ । ଏହା ଏପରି ଏକ ଆୟୁର୍ବେଦିକ ଔଷଧ ଯାହାକି ଆଣ୍ଟି ବାର୍ଦ୍ଧକ୍ୟ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ