‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା

ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତିଭୂମି ସୃଦୃଢ କରାଯିବ । ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ଆଉ ହସ୍ପିଟାଲରେ ଦେଖିବାକୁ ମିଳିବନି ଲମ୍ବା ଲାଇନ । ସୂୁଚନା ଦେବା ପାଇଁ ଲାଗିବ ଡିସପ୍ଲେ ବୋର୍ଡ । ଯାହାର ନମ୍ବର ଆସିବ ମାଇକରେ ସମ୍ପୃକ୍ତ ରୋଗୀଙ୍କ ନାମ ଡକାଯିବ । ଲାବ୍ରୋଟେରୀ ରିପୋର୍ଟ ପାଇଁ ଅଯଥାରେ ରୋଗୀଙ୍କୁ ଡାକ୍ତରଖାନା ଆସିବାବୁ ପଡିବନି । ହ୍ୱାଟସପ୍, ଇ-ମେଲ ଜରିଆରେ ରୋଗୀଙ୍କ ପାଖରେ ପହଂଚିବ ଲ୍ୟାବ ରିପୋର୍ଟ । ଫାଇଭ-ଟି ଅଧିନରେ ଚମକିବ ସରକାରୀ ଡାକ୍ତରଖାନା । ଏନେଇ କ୍ୟାବିନେଟରେ ନିଷ୍ପତି ହୋଇଛି । ଆସନ୍ତା ୫ ବର୍ଷ ୨୦୨୩ରୁ ୨୦୨୮ ମଧ୍ୟରେ ଏହି ଯୋଜନାରେ ଖର୍ଚ୍ଚ ହେବ ୩ ହଜାର ୩ ଶହ ୮୮ କୋଟି ୭୩ ଲକ୍ଷ ଟଙ୍କା । ପ୍ରଥମ ବର୍ଷରେ ଅର୍ଥାତ୍ ୨୦୨୩ରୁ ୨୪ ମଧ୍ୟରେ ୧୪୯ ଡାକ୍ତରଖାନାର ରୁପାନ୍ତର ହେବ । ପ୍ରାଥମିକ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ସବୁ ମେଡିକାଲର ପର୍ଯ୍ୟାୟ କ୍ରମେ ଉନ୍ନତିକରଣ କରାଯିବ ।