ବର୍ତ୍ତମାନର ବ୍ୟସ୍ତବହୁଳ, ଚାପଯୁକ୍ତ ଜୀବନଶୈଳୀରେ ହସପ ବେଶ୍ ମହତ୍ତ୍ବ ରହିଛି । ଟିକେ ହସିଦିଲେ ଏହା ଦ୍ବାରା ଶାନ୍ତି, ଦୁଃଖ, ଚାପ, ଅବସାଦ ଦୂର ହୋଇଯାଇଥାଏ । ନିଜେ ହସିବା ସହିତ ଅନ୍ୟକୁ ହସାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 7 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଇଥାଏ । 1963 ମସିହାରେ ମାସାରୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ ଗ୍ରାଫିକ୍ସ କରିଥିଲେ । ଏହାପରେ 1999 ମସିହାରେ ସେ ଘୋଷଣା କରିଥିଲେ ଯେ, ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । 2001ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।ହସିଲେ ଶରୀର ଉପରେ କେଉଁ ପ୍ରଭାବ ପଡେ- ପ୍ରତିଦିନ ହସିବା ଦ୍ବାରା ମାନସିକ ଅବସାଦ ଦୂର ହୋଇଥାଏ । ଜଣେ ହସୁଥିବା ବ୍ୟକ୍ତିକୁ ଦେଖିଲେ ମନରେ ଶକରାତ୍ମକ ଭାବନା ଆସିଥାଏ । ଏହାସହ ହସିବା ଦ୍ବାରା ଏଣ୍ଡରୋଫିନ ନିର୍ଗତ ହୋଇଥାଏ, ଯାହା ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ହସ ପାଟିର ମାଂସପେଶୀକୁ ବ୍ୟାୟାମ କରେ । ଏହା ଚର୍ମକୁ ଶକ୍ତ ରଖିଥାଏ ଯାହା ଦ୍ବାରା ଚର୍ମରେ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଅବସ୍ଥା ଆସିନଥାଏ ।
Trending
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
- ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା
- ୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ
- ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ
- ମଦ ନୀତି ଅନୁଧ୍ୟାନ କରିବେ ସରକାର
Prev Post
Next Post