ଲୋକେ ସକାଳ ଖାଦ୍ୟ ଖାଇ କାମକୁ ବାହାରିଯାଆନ୍ତି । ଦିନର ପ୍ରଥମ ୭ରୁ ୮ ଘଣ୍ଟା ପ୍ରଡକ୍ଟିଭ ହୋଇଥାଏ । ଅଫିସରେ ହେଉ କି ଘରେ ସଂଧ୍ୟା ସମୟରେ ଆମେ ସାଧାରଣତଃ ଜଳଖିଆ ଖାଇଥାଉ ।ଯଦି ସଂଧ୍ୟା ଜଳଖିଆରେ ଆମେ ଗରମ ସିଙ୍ଗଡା ବା କୁରକୁରୀ, ଚାହା ସହ ଖାଇବାକୁ ପସନ୍ଦ କରୁ । ତେବେ ସଂଧ୍ୟା ୪-୬ଟା ସମୟରେ ଯଦି ଜଳଖିଆ ଖାଉଛନ୍ତି ତେବେ ରାତ୍ରୀ ଭୋଜନରେ ଏହା ହଜମ କରିବାରେ ବିଳମ୍ବ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।ଖବର ମୁତାବକ ଜିନ୍ଦଲ ନେଚରକୌର ଇନଷ୍ଟିଚ୍ୟୁଟର ଡେପୁଟି ଚିଫ ମେଡିକାଲ, ଅଫିସର ଡା. ବିନୋଦ କୁମାରୀ କହିଛନ୍ତି ଯେ, ସଂଧ୍ୟା ୪ରୁ ୬ ମଧ୍ୟରେ ଜଳଖିଆ କରିବା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଡା. କୁମାରୀ କହିଛନ୍ତି ଯେ, ରାତ୍ରୀ ଭୋଜନ ବି ଶିଶୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣ ସଂଧ୍ୟା ସମୟରେ ସ୍ନାକ୍ସ ଖାଉନାହାନ୍ତି ତେବେ ରାତିର ଖାଦ୍ୟ ଆପଣ ଅଧିକ ଖାଇପାରିବେ । ଲୋକେ ସଂଧ୍ୟା ସମୟରେ ଫ୍ୟାଟ, ମିଠା ଏବଂ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାଆନ୍ତି ଯାହାଦ୍ୱାରା ଓଜନ ବଢିପାରେ । ଯଦି ଆପଣ ଦି୍ୱପ୍ରହର ସମୟରେ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କୁ ପ୍ରକୃତ ଭୋକ ହୋଇନଥାଏ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post