ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ମଣିଷ ପାଇଁ ସାଂଘାତିକ ପ୍ରମାଣିତ ହେଉଛି । ଏହିପରି ଅନେକ ଗମ୍ଭୀର ସମସ୍ୟା ଯୋଗୁ ଜୀବନଶୈଳୀ ଖରାପ ହେବାର କାରଣ ପାଲଟିଛି । ଶରୀରରେ ରକ୍ତ ଜମାଟ ବାନ୍ଧିବା ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ରକ୍ତ ଜମାଟ ବାନ୍ଧିବାର ଅର୍ଥ ହେଉଛି ଶରୀରରେ ଗୋଟିଏ ସ୍ଥାନରେ ରକ୍ତ ଜମା ହେବା । ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ଶରୀରରେ ଖରାପ ପ୍ରଭାବ ପଡିଥାଏ । ଏହି ସମସ୍ୟା ଗମ୍ଭୀର ରୂପ ମଧ୍ୟ ନେଇଥାଏ । ତୁରନ୍ତ ଏହାର ଲକ୍ଷଣ ଚିହ୍ନଟ କରି ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଆମେ କିପରି ଜାଣିବା ଶରୀରରେ ରକ୍ତ ଜମାଟ କିପରି ବାନ୍ଧିଥାଏ ଏବଂ ଏହାର ଚିକିତ୍ସା ପଦ୍ଧତି କ’ଣ । ଏକ ରିପୋର୍ଟ ଅନୁଯାୟୀ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ ହୁଏ ସେତିକି ସାଂଘାତିକ ମଧ୍ୟ ହୋଇଥାଏ ।ଶରୀରରେ ରକ୍ତ ଜମାଟ ବାନ୍ଧିଲେ ଯଦି କିଛି କ୍ଷତ ହୁଏ ବା କଟି ଯାଏ ତେବେ ରକ୍ତ ବାହାରିବା ବନ୍ଦ ହୋଇଥାଏ । ସେହି ସମୟରେ ଯଦି ଶରୀରରେ ରକ୍ତ ଜମାଟ ବାନେ୍ଧ ତେବେ ଏହା ସାଂଘାତିକ ପ୍ରମାଣିତ ହୁଏ । ତେଣୁ ସଠିକ୍ ସମୟରେ ଚିକିତ୍ସା କରିବା ଜରୁରୀ ।