ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଶରୀରର ନୁ୍ୟରନ୍ସ(ସ୍ନାୟୁ) ଆକାରରେ ପରିବର୍ତ୍ତନ ଦେଖାଦେଇଥାଏ । ମଦ୍ୟପାନ କରିବା ବୟସ୍କଙ୍କ ମସ୍ତିଷ୍କ ଅପେକ୍ଷା ଯୁବକଙ୍କ ମସ୍ତିଷ୍କ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ । କିଶୋରାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୋଇଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ହ୍ରାସ କରିଥାଏ । ଯୁବାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ବ୍ଲାକଆଉଟ୍ ଅର୍ଥାତ ସ୍ମରଣଶକ୍ତି ସହ ଜଡ଼ିତ ସମସ୍ୟା ଦେଖାଦେଇପାରେ । ପରବର୍ତ୍ତୀ ସମୟରେ ମସ୍ତିଷ୍କ ଏହାର ନିୟନ୍ତ୍ରଣ ବି ହରାଇଥାଏ ।ଏହା ବ୍ୟତୀତ ଆଲକୋହଲିକ୍ ହେପାଟାଇଟିସ୍ ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତି ଯକୃତ ଓ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଜ୍ୱର, ବାନ୍ତି, ଜଣ୍ଡିସ୍ ଭଳି ସମସ୍ୟା ଦେଖାଦେଇଥାଏ । ଆଲକୋହଲିକ ଫ୍ୟାଟି ଲିଭର ଏପରି ଏକ ମେଡିକାଲ କଣ୍ଡିସନ୍ ଯେଉଁଥିରେ ଯକୃତରେ ଫ୍ୟାଟ୍ ମାତ୍ରା ଅଧିକ ରହିଥାଏ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post