ବ୍ୟସ୍ତବହୁଳ ଜୀବନରେ ସମସ୍ତେ କାର୍ୟ୍ୟର ଚାପରେ ଘେରି ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ନିଜ ପାଇଁ ସମୟ ବାହର କରିବା କଷ୍ଟସାଧ୍ୟ ହୋଇପଡିଛି। ଏହି ଚାପ ଏବଂ ଟେନସନ ଯୋଗୁଁ ଲୋକେ ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ତେଣୁ ଏପରି ସ୍ଥଳେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଏପରି ବ୍ୟସ୍ତବହୁଳ ଜୀବନ ଭିତରେ ମଧ୍ୟ ଆପଣ ଘର ଭିତରେ ବ୍ୟାୟାମ ଏବଂ ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖିପାରିବେ । ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ହେତୁ ବ୍ୟାୟାମ କିମ୍ବା ରୁଟିନ୍ ବଜାୟ ରଖିବା କିଛି ମାତ୍ରାରେ କଷ୍ଟ ।ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗ କିମ୍ବା ବ୍ୟାୟାମ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ ନକରିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଏବଂ ରୋଗ ଦେଖା ଦେଇଥାଏ। ଯେଉଁମାନେ ବ୍ୟାୟାମ ପାଇଁ ସମୟ ଦେଇ ପାରୁନାହାନ୍ତି ସେମାନେ ଅଳ୍ପ କିଛି ସମୟର ବ୍ୟାୟାମ କରିପାରିବେ । ଏକ ଚେୟାରରେ ବସି ଧୀରେ ଧୀରେ ଦୁଇ ଗୋଡକୁ ଭୂମିରୁ ପ୍ରାୟ ଏକ ଫୁଟ ପର୍ୟ୍ୟନ୍ତ ଉଠାନ୍ତୁ । ଏହାକୁ ୧୦ ଥର ପୁନରାବୃତ୍ତି କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅଣ୍ଟା ମାଂସପେଶୀ ଷ୍ଟ୍ରେଚ ହେବା ସହ ଆପଣ ଉଠିବା ଏବଂ ବସିବା ସମୟରେ ଆପଣଙ୍କୁ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିବ ।ଏହା ପରେ ଆପଣ ବ୍ରିଦିଙ୍ଗ ଏକ୍ସରସାଇଜ ମଧ୍ୟ କରିପାରିବେ । ତେବେ ଏହି ଏକ୍ସରସାଇଜ ଆପଣ ଗୋଟିଏ ଜାଗାରେ ବସି ମଧ୍ୟ କରିପାରିବେ । ସେଥିପାଇଁ ପ୍ରଥମେ ଆପଣ ନିଜର ଆଖି ବନ୍ଦ କରନ୍ତୁ ଏବଂ ୧୦ ରୁ ୨୦ ଥର ଦୀର୍ଘ ନିଃଶ୍ୱାସ ଭିତରକୁ ନିଅନ୍ତୁ ଏବଂ ଛାଡ଼ନ୍ତୁ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post