ବ୍ୟସ୍ତବହୁଳ ଜୀବନରେ ସମସ୍ତେ କାର୍ୟ୍ୟର ଚାପରେ ଘେରି ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ନିଜ ପାଇଁ ସମୟ ବାହର କରିବା କଷ୍ଟସାଧ୍ୟ ହୋଇପଡିଛି। ଏହି ଚାପ ଏବଂ ଟେନସନ ଯୋଗୁଁ ଲୋକେ ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ତେଣୁ ଏପରି ସ୍ଥଳେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଏପରି ବ୍ୟସ୍ତବହୁଳ ଜୀବନ ଭିତରେ ମଧ୍ୟ ଆପଣ ଘର ଭିତରେ ବ୍ୟାୟାମ ଏବଂ ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖିପାରିବେ । ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ହେତୁ ବ୍ୟାୟାମ କିମ୍ବା ରୁଟିନ୍ ବଜାୟ ରଖିବା କିଛି ମାତ୍ରାରେ କଷ୍ଟ ।ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗ କିମ୍ବା ବ୍ୟାୟାମ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ ନକରିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଏବଂ ରୋଗ ଦେଖା ଦେଇଥାଏ। ଯେଉଁମାନେ ବ୍ୟାୟାମ ପାଇଁ ସମୟ ଦେଇ ପାରୁନାହାନ୍ତି ସେମାନେ ଅଳ୍ପ କିଛି ସମୟର ବ୍ୟାୟାମ କରିପାରିବେ । ଏକ ଚେୟାରରେ ବସି ଧୀରେ ଧୀରେ ଦୁଇ ଗୋଡକୁ ଭୂମିରୁ ପ୍ରାୟ ଏକ ଫୁଟ ପର୍ୟ୍ୟନ୍ତ ଉଠାନ୍ତୁ । ଏହାକୁ ୧୦ ଥର ପୁନରାବୃତ୍ତି କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅଣ୍ଟା ମାଂସପେଶୀ ଷ୍ଟ୍ରେଚ ହେବା ସହ ଆପଣ ଉଠିବା ଏବଂ ବସିବା ସମୟରେ ଆପଣଙ୍କୁ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିବ ।ଏହା ପରେ ଆପଣ ବ୍ରିଦିଙ୍ଗ ଏକ୍ସରସାଇଜ ମଧ୍ୟ କରିପାରିବେ । ତେବେ ଏହି ଏକ୍ସରସାଇଜ ଆପଣ ଗୋଟିଏ ଜାଗାରେ ବସି ମଧ୍ୟ କରିପାରିବେ । ସେଥିପାଇଁ ପ୍ରଥମେ ଆପଣ ନିଜର ଆଖି ବନ୍ଦ କରନ୍ତୁ ଏବଂ ୧୦ ରୁ ୨୦ ଥର ଦୀର୍ଘ ନିଃଶ୍ୱାସ ଭିତରକୁ ନିଅନ୍ତୁ ଏବଂ ଛାଡ଼ନ୍ତୁ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post