ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ ଏଡିମା’ ସମସ୍ୟା ଶରୀର ପାଇଁ ବଡ଼ ଚିନ୍ତାଜନକ । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖାଦେଇଥାଏ । ତେବେ ଅନେକ ଲୋକ ଏହି ରୋଗର ଲକ୍ଷଣ ବିଷୟରେ ଅବଗତ ନଥିବା ବେଳେ ଆଉ କିଛି ଏହାକୁ ଅଣଦେଖା କରିଥାନ୍ତି । ତେଣୁ ସଚେତନ ରହିଲେ ଏହି ରୋଗର କିଛି ଲକ୍ଷଣକୁ ଆମେ ସହଜରେ ଚିହ୍ନଟ କରିପାରିବା ।ଏହି ରୋଗ ହେଲେ ଶୋଇବାସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା, ଛାତିରେ ଯନ୍ତ୍ରଣା ହେବା, ବିଚଳିତ ଲାଗିବା, ଥକ୍କାପଣ ଲାଗିବା, ତ୍ୱଚା ହଳଦିଆ ଦେଖାଯିବା, ପାଦରେ ଯନ୍ତ୍ରଣା ହେବା, ହୃଦ ସ୍ପନ୍ଦନରେ ଅନିୟମିତତା ହେବା, ଛେପରେ ଫେଣ ଆସିବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ । ତେଣୁ ଏହିସବୁ ଲକ୍ଷଣ ଶରୀରରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ନିମୋନିଆ, ରକ୍ତ ସଂକ୍ରମଣ, କିଡନୀ ଫେଲ, ନିଃଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଔଷଧର ଓଭର ଡୋଜ ଓ ଲିଭର ସିରୋସିସ୍ କାରଣର ଫୁସଫୁସରେ ପାଣି ଜମିଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏହି ରୋଗର ଲକ୍ଷଣ ଚିହ୍ନଟ ହେବା ପରେ କିଡନୀ ଫଙ୍କସନ, ଲିଭର ଫଙ୍କସନ, ବ୍ଲଡ୍ କାଉଣ୍ଟ ଟେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥଶନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post