ଗତ କିଛି ଦଶନ୍ଧି ମଧ୍ୟରେ ମୌସୁମୀ ଋତୁରେ ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଡେଙ୍ଗୁ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଥିଲେ ମଧ୍ୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ। ଗର୍ଭାବସ୍ଥାରେ ଡେଙ୍ଗୁ ସଂକ୍ରମଣ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ସୃଷ୍ଟି କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଡେଙ୍ଗୁ ଜ୍ୱର ହେଲେ ଗର୍ଭସ୍ଥ ଶିଶୁ କେଉଁ ପ୍ରକାର ବିପଦର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଗର୍ଭାବସ୍ଥାରେ କୌଣସି ମହିଳାଙ୍କୁ ଡେଙ୍ଗୁ ସଂକ୍ରମଣ ହୁଏ ତେବେ ଏହା ସହିତ ପେଟରେ ବଢୁଥିବା ଶିଶୁର ବୃଦ୍ଧି ମଧ୍ୟ ପ୍ରଭାବିତ ହୋଇଥାଏ। ଡେଙ୍ଗୁ ହେଲେ ମା’ ଗର୍ଭରେ ବଢୁଥିବା ଶିଶୁକୁ ମଧ୍ୟ କମ୍ ଜନ୍ମ ହାରର ସମ୍ମୁଖୀନ ହେବାକୁ ପଡିପାରେ। ଡେଙ୍ଗୁ ସହିତ ଗର୍ଭସ୍ଥ ଶିଶୁର ରକ୍ତସ୍ରାବ ଅର୍ଥାତ୍ ମସ୍ତିଷ୍କରେ ରକ୍ତସ୍ରାବ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ।ଯଦି ମା’ଙ୍କୁ ଡେଙ୍ଗୁ ହୁଏ, ତେବେ ଶିଶୁର ଅକାଳ ପ୍ରସବ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାବ୍ୟତୀତ ଡେଙ୍ଗୁ ଅଧିକ ଖରାପ ହେଲେ ପ୍ରଥମ ତ୍ରୈମାସିକରେ ଗର୍ଭପାତ ହେବାର ଆଶଙ୍କା ରହିଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post