ଗତ କିଛି ଦଶନ୍ଧି ମଧ୍ୟରେ ମୌସୁମୀ ଋତୁରେ ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଡେଙ୍ଗୁ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଥିଲେ ମଧ୍ୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ। ଗର୍ଭାବସ୍ଥାରେ ଡେଙ୍ଗୁ ସଂକ୍ରମଣ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ସୃଷ୍ଟି କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଡେଙ୍ଗୁ ଜ୍ୱର ହେଲେ ଗର୍ଭସ୍ଥ ଶିଶୁ କେଉଁ ପ୍ରକାର ବିପଦର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଗର୍ଭାବସ୍ଥାରେ କୌଣସି ମହିଳାଙ୍କୁ ଡେଙ୍ଗୁ ସଂକ୍ରମଣ ହୁଏ ତେବେ ଏହା ସହିତ ପେଟରେ ବଢୁଥିବା ଶିଶୁର ବୃଦ୍ଧି ମଧ୍ୟ ପ୍ରଭାବିତ ହୋଇଥାଏ। ଡେଙ୍ଗୁ ହେଲେ ମା’ ଗର୍ଭରେ ବଢୁଥିବା ଶିଶୁକୁ ମଧ୍ୟ କମ୍ ଜନ୍ମ ହାରର ସମ୍ମୁଖୀନ ହେବାକୁ ପଡିପାରେ। ଡେଙ୍ଗୁ ସହିତ ଗର୍ଭସ୍ଥ ଶିଶୁର ରକ୍ତସ୍ରାବ ଅର୍ଥାତ୍ ମସ୍ତିଷ୍କରେ ରକ୍ତସ୍ରାବ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ।ଯଦି ମା’ଙ୍କୁ ଡେଙ୍ଗୁ ହୁଏ, ତେବେ ଶିଶୁର ଅକାଳ ପ୍ରସବ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାବ୍ୟତୀତ ଡେଙ୍ଗୁ ଅଧିକ ଖରାପ ହେଲେ ପ୍ରଥମ ତ୍ରୈମାସିକରେ ଗର୍ଭପାତ ହେବାର ଆଶଙ୍କା ରହିଥାଏ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post