ପ୍ରାୟ ଅଧିକାଂଶ କାମ ଅନଲାଇନ୍ ମାଧ୍ୟମରେ ହୋଇଯାଏ । କର୍ମଜୀବୀ ଲୋକମାନେ ପ୍ରାୟ ସମୟ କମ୍ପ୍ୟୁଟର, ଲାପ୍ଟପ୍, ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଣ ସାମ୍ନାରେ ବିତାଇଥାନ୍ତି । । ଏହା ପରେ ଅଫିସରୁ ଫେରିଲା ପରେ ମଧ୍ୟ ସେମାନେ ସ୍ମାର୍ଟ ଫୋନ ସହ ନିଜକୁ ବ୍ୟସ୍ତ ରଖିଥାନ୍ତି । କହିବାକୁ ଗଲେ ଆଜିକାଲି ସ୍ମାର୍ଟଫୋନ ଏବଂ ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଗୁଡ଼ିକ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ତେବେ ଅଧିକ ସମୟ ଏହି ସବୁ ବୈଦ୍ୟୁତିକ ଉପକରଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶେଷକରି ଆଖି । ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ । ଏହି ସବୁ ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ‘ବ୍ଲୁ ଲାଇଟ୍’ ଆଖି ପାଇଁ କ୍ଷତିକାରକ । ଆଖିରେ ଶୁଷ୍କତା, ଖିଚ୍ଖିଚ୍, ଅସ୍ପଷ୍ଟ ଦେଖାଯିବା ଏବଂ ଆଖିରୁ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏହା ଦ୍ୱାରା ‘ଡିଜିଟାଲ ଷ୍ଟ୍ରେନ୍’ ହୋଇଥାଏ । ଡିଜିଟାଲ ଷ୍ଟ୍ରେନ୍ ଅର୍ଥ ସ୍ମାର୍ଟଫୋନ୍, ଲାପ୍ଟପ୍, ଟିଭି, ଭିଡ଼ିଓ ଗେମ୍ ଆଦିର ବଦ୍ଅଭ୍ୟାସ । ଏହା ଆଖି ଉପରେ ଅଧିକ ଚାପ ପକାଇବା ସହ ଆଖିର ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭିଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସବୁ ଲକ୍ଷଣ ସହ ଯଦି ଆପଣ ମୁଣ୍ଡ ବିନ୍ଧା ଏବଂ ବେକରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଭାବିବେ ଆପଣ ଡିଜିଟାଲ ଷ୍ଟ୍ରେନ୍ର ଶିକାରେ ହୋଇଛନ୍ତି । ଏହା ସତର୍କର ଘଣ୍ଟି । ତେବେ ନିମ୍ନଲିଖିତ କିଛି ଉପାୟ ଆପଣାଇବା ଦ୍ୱାରା ଆମେ ଆଖିକୁ ଡିଜିଟାଲ ଷ୍ଟ୍ରେନରୁ ରକ୍ଷା କରିପାରିବା ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post