କ୍ଷୀର ପିଇବା ଦ୍ୱାରା ଦୁର୍ବଳ ହାଡ ମଜବୁତ ହୋଇଥାଏ । ଏଥିସହ ମାଂସପେଶୀ ମଜବୁତ ହୋଇଥାଏ । ଏଥିରେ ଶରୀର ଏବଂ ମସ୍ତିସ୍କ ଅଧିକ ଆକ୍ଟିଭ ରହିଥାଏ ।ଭିଟାମିନ ଡି ମସ୍ତିସ୍କ ପାଇଁ ଭଲ ହୋଇଥାଏ । ହେଲେ ଅନେକ ଥର ପ୍ରଶ୍ନ ଆସିଥାଏ ଏହାକୁ ଖାଲି ପେଟରେ ପିଇବା ଆବଶ୍ୟକ ନା ଖାଦ୍ୟ ପରେ । ଏଥିସହ ଏହାକୁ ପିଇବାର ସଠିକ ସମୟ କଣ । ତେବେ ସକାଳୁ କ୍ଷୀର ପିଇବା ଦ୍ୱାରା ପାଚନ ଭଲ ରହିଥାଏ । ସକାଳେ କ୍ଷିର ପିଇବା ଦ୍ୱାରା ଦୁର୍ବଳ ହାଡକୁ ଶକ୍ତି ମିଳିଥାଏ । ମାଂସପେଶୀ ମଜବୁତ ହୋଇଥାଏ । ସକାଳ ସମୟରେ ଦୁଗ୍ଧ ପିଇବା ଅଧିକ ଫାଇଦା ହୋଇଥାଏ ।କିଛି ଲୋକଙ୍କୁ ଲାକ୍ଟୋଜର ଅସୁବିଧା ରହିଥାଏ, ଏହି କାରଣରୁ ପେଟରେ କଷ୍ଟ ହେବା ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଲୋକମାନେ ଖାଲିପେଟରେ କ୍ଷୀର ପିଇଲେ ଏମାନଙ୍କୁ ଏସିଡିଟୀ ହୋଇଥାଏ । ଯେଉଁଲୋକଙ୍କୁ ଖାଲିପେଟରେ କ୍ଷୀର ପିଇବାକୁ ଚାହୁଁଛନ୍ତି, ସେମାନଙ୍କର ଏସିଡିଟୀ ସମସ୍ୟା ନ ରହିଥୁବା ଆବଶ୍ୟକ ।ଯଦି ଆପଣ କ୍ଷୀରକୁ ଜଳଖିଆ ଖାଇବା ପରେ ପିଉଛନ୍ତି, ତେବେ ଆପଣଙ୍କ ପାଇଁ ଏହା ସଠିକ ରହିବ ବୋଲି ରିସର୍ଚରୁ ଜଣାପଡଛି । ଓଜନ କମ କରିବା ବା ହୃଦୟ ସହ ଜଡିତ ରୋଗ ରହିଲେ ଆପଣ ଖାଲି ପେଟରେ ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଆବଶ୍ୟକ ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post