ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ। ଦହିରେ କ୍ୟାଲ୍ସିୟମ୍ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ। ଅଷ୍ଟିଓପୋରେସିସ୍ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ। ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟ କରେ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆ ଚର୍ମ ମଧ୍ୟ ଆପେ ସୃଷ୍ଟିି ହୋଇଯାଏ। ଏହା ମଧ୍ୟ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିଥାଏ। କେବଳ ସେତିକି ନୁହେଁ, କୋଲେଷ୍ଟରଲ ଏବଂ ମେଦ ବହୁଳତାକୁ ଏହା କେତେକାଂଶ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ନିୟମିତ ଦହି ଖାଇଲେ ତାହା ହୃତ୍ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିଥାଏ। ଜଣେ ଡାଇବେଟିସ୍ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post