ଅଗଷ୍ଟ ୧୦ରେ ବଲିଉଡର କିଙ୍ଗ ଖାନ୍ ଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଏହି ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇ ଶାହରୁଖ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଏହି ଇଭେଣ୍ଟ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ୱିଜରଲ୍ୟାଣ୍ଡରେ ୭୭ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ଅବସରରେ ଶାହରୁଖ ଖାନ୍ କଳା ରଂଗର ସାର୍ଟ ଓ ପ୍ୟାଣ୍ଟ୍ ସହ ମ୍ୟାଚିଂ ବ୍ଲେଜରରେ ଫର୍ମାଲ ଲୁକରେ ନଜର ଆସିଥିଲେ । ପୁରସ୍କାର ଗ୍ରହଣ କରିବା ପରେ ସେ ଏକ ଲମ୍ବା ଭାଷଣ ଦେଇ କହିଥିଲେ, ‘ଲୋକାର୍ନୋର ଅତି ସୁନ୍ଦର, ଅତି ସାଂସ୍କୃତିକ, ଅତି ସୃଜନଶୀଳ ଏବଂ ଅତି ହଟ୍ ଶହରରେ ଭବ୍ୟ ସ୍ୱାଗତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏତେ ସଂଖ୍ୟକ ଲୋକମାନଙ୍କୁ ଦେଖି ମୋତେ ଭାରତ ଭଳି ଅନୁଭବ ହେଉଛି । ମୋତେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।’ ଭାଷଣ ଦେବା ସମୟରେ ଜଣେ ଫ୍ୟାନ୍ ଶାହରୁଖଙ୍କୁ ଆଇ ଲଭ୍ ୟୁ କହିଥିଲେ । ଏହାର ପ୍ରତିଉତ୍ତରରେ ଶାହରୁଖ କହିଥିଲେ- ଆଇ ଲଭ୍ ୟୁ ଟୁ, ସିରିୟସ୍ ସ୍ପିଚ୍ ପରେ ସବୁ ଡ୍ରାମା ଜାରି ରହିବା ଉଚିତ । ଏହା ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ, ସମସ୍ତଙ୍କୁ ଇଣ୍ଟେଲେକ୍ଚୁଆଲ ହେବାର ଆବଶ୍ୟକ, ଠିକ୍ ଅଛି ?’ ଶେଷରେ ସେ ଭାତର ତରଫରୁ ସମସ୍ତଙ୍କୁ ନମସ୍କାର ଏବଂ ଧନ୍ୟବାଦ କହିଥିଲେ ।
Trending
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Prev Post
Next Post