ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ। ଏବେ ୭ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ରେ ଦୁହେଁ ପୁଣି ଥରେ ସାଥିରେ କାମ କରିବେ ବୋଲି ଜଣାପଡ଼ିଛି।ତେବେ ଏହି ସୋ’ ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଝଗଡ଼ା ପଛର କାରଣ ଜଣାଇଛନ୍ତି ସୁନୀଲ । ସେ କହିଛନ୍ତି ଯେ, ଆମ ଝଗଡ଼ା ଅସଲି ନଥିଲା। ଆମେ ‘ପବ୍ଲିସିଟି ଷ୍ଟଣ୍ଟ’ କରିଥିଲୁ। ସୁନୀଲଙ୍କ କହିବା ମୁତାବକ, “ଆମେ ବିମାନରେ ବସିଥିବା ବେଳେ ହଠାତ୍ ଜାଣିବାକୁ ପାଇଲୁ ଯେ, ନେଟଫ୍ଲିକ୍ସ ଭାରତ ଆସୁଛି। ତେଣୁ, କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବା ଉଚିତ୍। ନେଟଫ୍ଲିକ୍ସ ଆମକୁ କଲ୍ କରି କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବାକୁ କହିଥିଲା। ତେଣୁ ଆମେ ଝଗଡ଼ା କରିଥିଲୁ।” ମଜାଳିଆ ଢ଼ଙ୍ଗରେ ସେ ଏଭଳି କହିଥିବା ଜଣାପଡ଼ିଛି।
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
Prev Post
Next Post