ବଲିଉଡ ଅଭିନେତ୍ରୀ ତଥା ବିଶ୍ବସୁନ୍ଦରୀ ଏଶ୍ବର୍ଯ୍ୟା ରାୟଙ୍କର ଆଜି ହେଉଛି ଜନ୍ମଦିନ। ସେ ଆଜି ୫୦ବର୍ଷରେ ପଦାର୍ପଣ କରିଛନ୍ତି। ବଚ୍ଚନ ପରିବାରର ବୋହୂ ୧୯୯୪ ମସିହାରେ ମିସ ଓ୍ବାର୍ଲଡର ମୁକୁଟ ଜିତିଥିଲେ। ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ବିଷ୍ଟ। ତାଙ୍କୁ ଅନେକ ଆଡୁ କାମ ପାଇଁ ବହୁ ଅଫର ଆସିଥିଲା। ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ। ଐଶ୍ବର୍ଯ୍ୟା ରାୟଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ୧୯୭୩ ମସିହା ନଭେମ୍ବର ୧ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଐଶ। ମଣିରତ୍ନମଙ୍କ ଫିଲ୍ମ `ଇରୁଭର’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହପରେ ଫିଲ୍ମ ଔର ପ୍ୟାର ହୋ ଗୟା’ ସହିତ ବଲିଉଡ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେ ହିଟ ହୋଇ ନ ଥିଲା। କିନ୍ତୁ ଫିଲ୍ମର ଗୀତ ଥିଲ ବଡ଼ ଜବରଦସ୍ତ। ୧୯୯୯ ମସିହାରେ ହମ ଦିଲ ଦେ ଚୁକେ ସମନ ଫିଲ୍ମ ସହିତ ଐଶ୍ବର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ ଐଶ। ଧୀରେ ଧୀରେ ସଫଳତାର ସୀଡ଼ି ମଧ୍ୟ ଚଢ଼ି ଚାଲିଲେ। ସେହିପରି ସୁଭାଷ ଘାଇଙ୍କ `ତାଲ’ ମୁଭିର ସଙ୍ଗ ତାଲ ସେ ତାଲ ମିଲା ଏବେବି ସୁପରହିଟ। ଏବେବି ଐଶଙ୍କ ଡ୍ୟାନ୍ସର ଲୋକେ ଦିଓ୍ବାନା। `ଦେବଦାସ’ ମୁଭିରେ ଏଶ୍ବର୍ଯ୍ୟା ପାରେ କ୍ୟାରେକ୍ଟର ପ୍ଲେ କରିଥିଲେ। ଆକ୍ଟିଂ ଥିଲା ଜବରଦସ୍ତ। ଶାହାରୁଖଙ୍କ ସହ ଐଶଙ୍କ କେମେଷ୍ଟ୍ରି ଥିଲା ଏକଦମ ରୋଙ୍ଗଟେ ଖଡେ ହୋନେ ବାଲା ପର୍ଫମାନ୍ସ। ଏହି କାରଣରୁ ଐଶ୍ବର୍ଯ୍ୟାଙ୍କୁ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ଲିଷ୍ଟରେ ସାମିଲ କରାଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post