ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ
ସୋମବାର ବିଳମ୍ବିତ ରାତିରେ ଦେଶର ସୁପରଷ୍ଟାର ଅଭିନେତା ରଜନୀକାନ୍ତ (୭୩) ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେନ୍ନାଇ ପୋଲିସର କହିବାନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ରଜନୀକାନ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।ତେବେ ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ‘ଭେଟ୍ଟାୟାନ’ର ଟ୍ରେଲର ଅକ୍ଟୋବର ୨ ରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୦ ରେ ସିନେମାଘରେ ମୁକ୍ତିଲାଭ କରିବ । ନିକଟରେ ଫିଲ୍ମର ନିର୍ମାତା ରଜନୀକାନ୍ତଙ୍କ ଏକ ନୂଆ ପୋଷ୍ଟର ରିଲିଜ କରିଥିଲେ, ଯେଉଁଥିରେ ସେ ବହୁତ ଷ୍ଟାଇଲିଶ୍ ଲୁକରେ ନଜର ଆସିଛନ୍ତି ।