ଓଲିଉଡ ଷ୍ଟାର କପଲ୍ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଉଭୟ ଦମ୍ପତ୍ତି ନୂଆ ଜୀବନ ଆରମ୍ଭ କରିବା ପାଇଁ ଇଚ୍ଛା କରୁଛନ୍ତି । କିନ୍ତ ବିଭିନ୍ନ କାରଣରୁ ଅଦାଲତରୁ ଏଥିପାଇଁ ଅନୁମତି ମିଳି ପାରିନାହିଁ । ଦିନ ଥିଲା ବର୍ଷା-ଅନୁଭବ ଯୋଡ଼ିକୁ ଓଡ଼ିଆ ସିନେ ଜଗତର ସବୁଠାରୁ ସୁନ୍ଦର ଓ ସଫଳ ଯୋଡ଼ି ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଅନୁଭବଙ୍କର ସେହି ପୁରୁଣା ଦିନ ମନେ ପଡ଼ିଯାଇଛି । ତେଣୁ ଅନୁଭବ ବର୍ଷାଙ୍କୁ ନିଜ ମନର କଥା କହିଛନ୍ତି ।ସୋସିଆଲ ମିଡିଆରେ ବର୍ଷାଙ୍କର ବିଦାୟୀ ବେଳର ଫଟୋକୁ ପୋଷ୍ଟ କରିଛନ୍ତି ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ଏହି ଫଟୋରେ ବର୍ଷା ଶାଶୁଘରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏହି ମୁହୁର୍ତ୍ତ ପ୍ରତିଟି ଝିଅ ଏବ ପୁରୁଷ ଜୀବନର ସବୁଠାରୁ ଖୁସି ଏବଂ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଏହି ଫଯୋକୁ ପୋଷ୍ଟ କରି ଅନୁଭବ ମହାନ୍ତି ଲେଖିଛନ୍ତି ଯେ, ବର୍ଷା ମୋ ହୃଦୟର ଗଭୀରତାରୁ ମୁଁ ତୁମକୁ ବହୁତ ଭଲପାଉଥିଲି… ଯେଉଁ କାରଣ ପାଇଁ ବି ଆମର ବିବାହ ସମ୍ପର୍କ ବିଫଳ ହୋଇଥାଉ, ଆମେ ଆଗକୁ ଭଲ ସାଙ୍ଗ ହୋଇ ରହିବା । ଆମ ମଧୁର ସମ୍ପର୍କରେ ଫାଟ ସୃଷ୍ଟ ହୋଇ ବିବାହ ବିଚ୍ଛେଦ ଏତେ ଦୁଃଖଭରା ହେବ ବୋଲି ମୁଁ କେବେ ଭାବି ନଥିଲି । କିନ୍ତୁ ଯେତେବେଳେ ବିଚ୍ଛେଦ ଜରୁରୀ, ତେବେ କଣ ପାଇଁ ଭଲରେ ନହେବ । ଏଭଳି ଏକ ମେସେଜ କରି ଛାଡ଼ପତ୍ର ପରେ ମଧ୍ୟ ବର୍ଷାଙ୍କ ସହ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ ।ସୋସିଆଲ ମିଡିଆରେ ଏମିତି କିଛି ହୃଦୟସ୍ପର୍ଶୀ ମେସେଜ ଲେଖିଛନ୍ତି ଅନୁଭବ ମହାନ୍ତି । ପ୍ରଥମ ଥର ପାଇଁ ସେ ସିଧା ସିଧା ବର୍ଷାଙ୍କୁ ଦେଇଛନ୍ତି ଏହି କଥା କହିଛନ୍ତି । ଏହାବ୍ୟତୀତ ବର୍ଷାଙ୍କ ନାମକୁ ମଧ୍ୟ ସେ ଏହି ମେସେଜରେ ସ୍ଥାନ ଦେଇଛନ୍ତି । ତେବେ ଅନୁଭବଙ୍କ ଏହି ମେସେଜ ହିଁ ବର୍ଷାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏବଂ ଇମୋସନକୁ ପ୍ରତିପାଦନ କରୁଛି । କିନ୍ତୁ ବର୍ତ୍ତମାନ ଏହା ବିଚ୍ଛେଦ ଦିଗରେ ଗତି କରୁଛି । କଟକ ଫ୍ୟାମିଲି କୋର୍ଟ ପ୍ରଥମେ ଅନୁଭବଙ୍କ ଛାଡ଼ପତ୍ର ମାମଲାକୁ ଖାରଜ କରିଥିଲେ । ଯାହାପରେ ପ୍ରତିଦିନ ଅନୁଭବ ମହାନ୍ତି ଲେଖି ଚାଲିଛନ୍ତି ସୋସିଆଲ ମିଡିଆରେ ଅନେକ କଥା । କେତେବେଳେ ବର୍ଷାଙ୍କୁ ମିଛେଇ କହୁଛନ୍ତି ତ ପୁଣି କେତେବେଳେ ବର୍ଷାଙ୍କୁ କହୁଛନ୍ତି ‘I LOVE YOU’
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post