ବଲିଉଡର ହିଟ୍ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ ପଡ଼ିଯାଉଥିଲେ। ଅନେକ ନାୟିକାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଚର୍ଚ୍ଚାରେ ରହୁଥିଲା। ସେଥିରୁ ଜଣେ ଥିଲେ ପ୍ରିୟଙ୍କା ଚୋପ୍ରା।ଦିନ ଥିଲା ପ୍ରିୟଙ୍କାଙ୍କ ଯୋଗୁ ଅକ୍ଷୟ-ଟ୍ବିଙ୍କିଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପ୍ରିୟଙ୍କାଙ୍କ ସହ ବଢ଼ିଚାଲିଥିବା ସମ୍ପର୍କ ଟ୍ବିଙ୍କିଲଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଏହାକୁ ନେଇ ଘରେ ବଚସା ହୋଇଥିଲା। ସ୍ବାମୀ ଅକ୍ଷୟଙ୍କୁ ସେ ଚେତାଇ ମଧ୍ୟ ଦେଇଥିଲେ। ହେଲେ ସେସବୁର ଅକ୍ଷୟଙ୍କ ଉପରେ ପ୍ରଭାବ ପଡ଼ି ନ ଥିଲା। ଦୁହେଁ ଲଗାତର ଭାବେ ଫିଲ୍ମ କରୁଥିଲେ।ଫିଲ୍ମ ‘ଅଜନବୀ’ରୁ ଅକ୍ଷୟ-ପ୍ରିୟଙ୍କା ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଏହା ବଢ଼ି ଚାଲିଥିଲା। ଫିଲ୍ମ ‘ବକ୍ତ’ ସମୟରେ ଟ୍ବିଙ୍କିଲ ବେଶ ରାଗି ଯାଇଥିଲେ। ଏପରିକି ସେ ଶୁଟିଂ ସେଟ୍ରେ ପ୍ରିୟଙ୍କାଙ୍କୁ ଚାପୁଡ଼ା ମାରିବାକୁ ପହଞ୍ଚି ଯାଇଥିଲେ। ହେଲେ ସେତେବେଳେ ଅଭିନେତ୍ରୀ ଆସି ନ ଥିବାରୁ ଝଗଡ଼ା ହୋଇପାରି ନ ଥିଲା। ମାତ୍ର ଅକ୍ଷୟ ଉକ୍ତଦିନ ପ୍ରିୟଙ୍କାଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post
Next Post