ଶାହାରୁଖ ଖାନଙ୍କ ଅଭିନୀତ ‘ଯବାନ’ ଦେଶ ତଥା ବିଦେଶରେ ରେକର୍ଡ ଭାଙ୍ଗୁଛି। ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୫୫୦ କୋଟିରୁ ଅଧିକ ଆୟ କରିଛି ଏବଂ ବର୍ତ୍ତମାନ ଏହା ୬୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିବାକୁ ଯାଉଛି। ନିକଟରେ ବିଶ୍ୱବ୍ୟାପୀ ୧୦୦୦କୋଟି ଟଙ୍କା ଅତିକ୍ରମ କରି ରେକର୍ଡ କରିଛି।‘ଯବାନ’ ଶାହାରୁଖ ଖାନଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ତେବେ ବର୍ତ୍ତମାନ ଫିଲ୍ମର ଆୟ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ନିର୍ମାତା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ପଠାଇବାକୁ ଏକ ନୂଆ କୌଶଳ ଆପଣେଇଛନ୍ତି ଏବଂ ଟିକେଟ୍ରେ ଅଫର ଘୋଷଣା କରିଛନ୍ତି।ଯବାନର ଆୟ ହ୍ରାସ ପାଉଥିବା ଦେଖି ନିର୍ମାତା ଏହାର ଟିକେଟ ଉପରେ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ଇନଷ୍ଟା ଉପରେ ରେଡ ଚିଲିଜ ଏଣ୍ଟରଟେନମେଣ୍ଟର ପୋଷ୍ଟରେ ଲେଖା ହୋଇଛି ଡବଲ ଧମାକା। ଗୋଟିଏ ଟିକେଟ କିଣିବା ପରେ ଦ୍ୱିତୀୟ ଟିକେଟ ସମ୍ପୂର୍ଣ୍ଣ ମାଗଣା। ୧ + ୧ ଅଫର। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି।
Trending
- ଆଜି ଓଡ଼ିଶାର ଗଣପର୍ବ ‘ରଜ’,‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର
- ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି
- ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ
- ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ
- ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି
- ୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି
- DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ
- ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
- ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ
- ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ
Prev Post
Next Post
