ଶାହାରୁଖ ଖାନଙ୍କ ଅଭିନୀତ ‘ଯବାନ’ ଦେଶ ତଥା ବିଦେଶରେ ରେକର୍ଡ ଭାଙ୍ଗୁଛି। ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୫୫୦ କୋଟିରୁ ଅଧିକ ଆୟ କରିଛି ଏବଂ ବର୍ତ୍ତମାନ ଏହା ୬୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିବାକୁ ଯାଉଛି। ନିକଟରେ ବିଶ୍ୱବ୍ୟାପୀ ୧୦୦୦କୋଟି ଟଙ୍କା ଅତିକ୍ରମ କରି ରେକର୍ଡ କରିଛି।‘ଯବାନ’ ଶାହାରୁଖ ଖାନଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ତେବେ ବର୍ତ୍ତମାନ ଫିଲ୍ମର ଆୟ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ନିର୍ମାତା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ପଠାଇବାକୁ ଏକ ନୂଆ କୌଶଳ ଆପଣେଇଛନ୍ତି ଏବଂ ଟିକେଟ୍ରେ ଅଫର ଘୋଷଣା କରିଛନ୍ତି।ଯବାନର ଆୟ ହ୍ରାସ ପାଉଥିବା ଦେଖି ନିର୍ମାତା ଏହାର ଟିକେଟ ଉପରେ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ଇନଷ୍ଟା ଉପରେ ରେଡ ଚିଲିଜ ଏଣ୍ଟରଟେନମେଣ୍ଟର ପୋଷ୍ଟରେ ଲେଖା ହୋଇଛି ଡବଲ ଧମାକା। ଗୋଟିଏ ଟିକେଟ କିଣିବା ପରେ ଦ୍ୱିତୀୟ ଟିକେଟ ସମ୍ପୂର୍ଣ୍ଣ ମାଗଣା। ୧ + ୧ ଅଫର। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post
