ରିଲିଜ୍‌ ହେବ ‘ଆର୍ଯ୍ୟା ୩’

ସୁସ୍ମିତାଙ୍କ‘ଆର୍ଯ୍ୟା’ ୱେବ୍‌ ସିରିଜ୍‌

ବଲିଉଡ୍‌ର ଜଣେ ବୁଦ୍ଧିମାନ ଅଭିନେତ୍ରୀ ହେଉଛନ୍ତି ସୁସ୍ମିତା ସେନ୍‌। ଫିଲ୍ମ ସହିତ ସେ ଅନେକ ଓଟିଟିରେ ଧମାଲ କରୁଛନ୍ତି। ତାଙ୍କ ‘ଆର୍ଯ୍ୟା’ ୱେବ୍‌ ସିରିଜ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ଆର୍ଯ୍ୟାର ୩ୟ ସିଜନରେ ମଧ୍ୟ ଖୁବ୍‌ଶୀଘ୍ର ତାଙ୍କୁ ଦେଖିବାକୁ ମିଳିବ। ଚଳିତବର୍ଷ ପ୍ରାରମ୍ଭରେ ଅଭିନେତ୍ରୀ ହୃଦ୍‌ଘାତରେ ପୀଡ଼ିତ ଥାଇ ମଧ୍ୟ ସେ ତାଙ୍କ ଧାରାବାହିକ ପାଇଁ ଶୁଟିଂ କରିଥିଲେ। ଅଭିନେତ୍ରୀ ‘ଆର୍ଯ୍ୟା ୩’ର ପ୍ରୋମୋ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ‘ଆର୍ଯ୍ୟା ୩’ ନଭେମ୍ବର ୩ରେ ରିଲିଜ୍‌ ନେଇ ଘୋଷଣା କରିଛନ୍ତି। ସେ କ୍ୟାପ୍ସନରେ ଲେଖିଛନ୍ତି, ଶେରନୀ ଫେରିବାର ସମୟ ଆସିଛି। ନିକଟରେ ସୁସ୍ମିତାଙ୍କ ଏମି-ମନୋନୀତ ଥ୍ରୀଲର ସିରିଜର ନୂଆ ସିଜନର ଶୁଟିଂ ଶେଷ ହୋଇଛି। ସୁସ୍ମିତା ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ଅତୀତକୁ ମୁକ୍ତ କରି ନିଜ କାହାଣୀ ଲେଖୁଛନ୍ତି। ରାମ ମାଧବାନୀ ଏବଂ ସନ୍ଦୀପ ମୋଦିଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଯ୍ୟା ଏକ ଡଚ୍‌ କ୍ଲାଇମ ଡ୍ରାମାର ଅଫିସିଆଲ ରିମେକ୍‌।