ଖୁବ୍ଶୀଘ୍ର ପୂରଣ ହେବାକୁ ଯାଉଛି ନୀତେଶ ତିଓ୍ବାରୀଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’ ନିର୍ମାଣ କରିବାର ସ୍ବପ୍ନ । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ଶେଷ ହୋଇଛି। ଖବର ଅନୁଯାୟୀ ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବେ, ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ଅଭିନୟ କରିବେ।ପୂର୍ବରୁ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦକ୍ଷିଣ ସୁପରଷ୍ଟାର ୟଶଙ୍କୁ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଦେଖିବାକୁ ମିଳିବ।ନିତେଶ ତିୱାରୀ ତାଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’କୁ ଦୁଇ ଭାଗରେ କରିବାକୁ ଯୋଜନା କରୁଛନ୍ତି। ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପାଲ୍ଲାଭୀଙ୍କ ଉପରେ ଧ୍ୟାନ ଦିଆଯିବ। ରିପୋର୍ଟରେ କୁହାଯାଇଛି ଯେ ରଣବୀର କପୁର ଏବଂ ସାଇ ପାଲ୍ଲାଭି ୨୦୨୪ ଆରମ୍ଭରେ ‘ରାମାୟଣ’ ପ୍ରଥମ ଭାଗ ପାଇଁ ଶୁଟିଂ ଆରମ୍ଭ କରିବେ।
Trending
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
Prev Post
Next Post