ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ କ୍ୟାଟ୍ରିନା କୈଫଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ ହେଉଛି ।ଭିଡିଓକୁ ନେଇ ଏବେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେଲାଣି । AI ର ଏହିଭଳି ଭାବେ ଦୁରୁପଯୋଗ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ । ନିକଟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ AI ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ତେବେ X ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ । । ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସେୟାର କରାଯାଇଥିଲା । ଏହି ଭିଡିଓ ଦେଖିବା ପରେ X ର ଅନେକ ଯୁଜର୍ସ ଏହାର ଘୋର ବିରୋଧ କରିଛନ୍ତି । କେବଳ ସାଧାରଣ ଲୋକ ନୁହନ୍ତି, ଏହାକୁ ନେଇ କେନ୍ଦ୍ର IT ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଅମିତାଭ ବଚ୍ଚନ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ କହିଛନ୍ତି । ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଏବେ Deepfake ଜାଲରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍।କେହି ଜଣେ ଡିପ୍ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କୁ ଲଜ୍ଜାଜନକ ପୋଷାକ ପିନ୍ଧାଇ ଦେଇଛନ୍ତି । ତାଙ୍କର ଅପ୍କମିଂ ଫିଲ୍ମ ‘ଟାଇଗର ୩’ର ଟାୱେଲ ଦୃଶ୍ୟରେ ଏଭଳି କାମ କରାଯାଇଛି । ଏବେ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଅଭିନେତ୍ରୀ ଏହି ସିନ୍ର ସୁଟିଂ ପଛର ଏକ ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ହେଲେ ଏବେ ଏହି ଫଟୋକୁ କେହି ଜଣେ ମର୍ଫ କରିଦେଇଛି । କ୍ୟାଟ୍ରିନା କୈଫ୍ଙ୍କର ଯେଉଁ ଡିପ୍ଫେକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ହ୍ଵାଇଟ୍ ଡିପ୍ ପ୍ଲଞ୍ଜିଙ୍ଗ୍ ନେକ୍ଲାଇନ ଟପ୍ ପିନ୍ଧିଥିବା ନଜର ଆସୁଛନ୍ତି ।ଏଥିରେ ତାଙ୍କର କ୍ଲିଭେଜ୍ ଗଭୀର ଭାବରେ ଦୃଶ୍ୟମାନ ହେଉଛି । ଯେତେବେଳେ କି, କ୍ୟାଟ୍ରିନା ଯେଉଁ ଫଟୋ ପୋଷ୍ଟ କରିଥିଲେ, ସେଥିରେ ସେ ଏକ ଟାୱେଲ ପିନ୍ଧିଥିଲେ ଏବଂ ତାଙ୍କର ନେକ୍ଲାଇନ ସମ୍ପୂର୍ଣ୍ଣ ଆଚ୍ଛାଦିତ ରହିଥିଲା ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post