ଏକ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ସମୟରେ କ୍ୟାଟ୍ ଉପରେ ପଡି ଜବାବ ଦେଉଥିବାର ଦେଖି ରଣବୀର ତାଙ୍କ ଉପରେ ରାଗି ଯାଇଛନ୍ତି।ରଣବୀର କହିଛନ୍ତି, କ୍ୟାଟ୍ରିନା, ସଟ୍ ଅପ୍। ଏବେ ଚୁପ୍ ହୋଇଯାଅ। ମୋତେ ଉତ୍ତର ଦେବାକୁ ଦିଅ। ଏତିକି ଶୁଣି କ୍ୟାଟ୍ କହିବାକୁ ଲାଗିଲେ, ରେକର୍ଡିଂ ଆରମ୍ଭ ହୋଇ ସାରିଛି କି? କ୍ୟାମେରା ଅନ୍ ଅଛି। ଏହାପରେ ରଣବୀର କହିଲେ, ତୁମେ ସବୁ କଥାରେ ବାଧା ଦେଉଛ। ମୁଁ ତୁମକୁ କିଛି କହିନି। ମୋତେ ମୋ ପ୍ରଶ୍ୱର ଉତ୍ତର ରଖିବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି। କହିରଖୁଛୁ କି, ଏହି ଭାଇରାଲ ଭିଡିଓଟି ପହୁତ ପୁରୁଣା। ‘ଜଗା ଜାସୁସ’ର ପ୍ରମୋଶନ ସମୟର ଏହି ଭିଡିଓଟି ବୋଲି ଜଣାପଡିଛି।
Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Prev Post
Next Post