ମେଁ ଅଟଲ୍‌ ହୁଁ ଓ ସିକ୍ସ-ନାଇନ୍‌-ଫାଇଭ୍‌ ରିଲିଜ୍‌ ହେଲା

ବଡ଼ ପରଦାକୁ ଆସୁଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ମେଁ ଅଟଲ ହୁଁ’ ଓ ‘ସିକ୍ସ-ନାଇନ୍‌-ଫାଇଭ୍‌(୬-୯- ୫)’। ‘ମେଁ ଅଟଲ ହୁଁ’ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ‘ସିକ୍ସ-ନାଇନ୍‌-ଫାଇଭ୍‌’ରେ ରାମ ମନ୍ଦିର ପ୍ରତିଷ୍ଠା ପଛର ୩ଟି ପ୍ରମୁଖ ତାରିଖକୁ ନେଇ ପ୍ରସ୍ତୁତ ହୋଇଛି। ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଏହି ଦୁଇ ଫିଲ୍ମକୁ ନେଇ ଦେଶରେ ବଡ଼ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ମଲ୍‌ରେ ‘ସିକ୍ସ-ନାଇନ୍‌-ଫାଇଭ୍‌’ ଅପେକ୍ଷା ‘ମେଁ ଅଟଲ ହୁଁ’ ଫିଲ୍ମ ଅଧିକ ବୁକିଂ ହୋଇଛି।