ବେଦା’ର ଟିଜରରେ ଜନ୍ ଆବ୍ରାହମ୍ ତମନ୍ନାଙ୍କ କେମିଷ୍ଟ୍ରୀର ଝଲକ

ବହୁ ପ୍ରତୀକ୍ଷିତ ଫିଲ୍ମ ବଲିଉଡ଼ର ଅଭିନେତା ଜନ୍ ଆବ୍ରାହମଙ୍କ  ‘ବେଦା’ର ଟିଜର ଆଉଟ୍ ହୋଇସାରିଛି । ନିଖିଲ ଆଡ଼ଭାନୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମରେ ଶରବରୀ ୱାଗ୍ ଏବଂ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିବେ । ଜନ୍ ଆବ୍ରାହିମ୍ ନିଜ ଇନଷ୍ଟାଗ୍ରାମରେ ‘ବେଦା’ର ଟିଜର ଆଉଟକୁ ନେଇ ଏକ ଭିଡ଼ିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋତେ ଝଗଡ଼ା ଆସେ ନାହିଁ, କେବଳ ଯୁଦ୍ଧ କରି ଆସେ !ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ରିଲିଜ ହେବ ।’ ଜନ୍ ଆବ୍ରାହମଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଅନେକ କମେଣ୍ଟ ମାଧ୍ୟମରେ ଫିଲ୍ମକୁ ନେଇ ନିଜ ଉତ୍ସୁକତା ପ୍ରକାଶ କରିଛନ୍ତି ।ତେବେ ଟିଜର ପ୍ରାରମ୍ଭରେ ଦର୍ଶାଯାଇଛି ଯେ ଶରବରୀ ବାଗ୍ କିପରି ନିଜ ଅଧିକାରର ଲଢ଼େଇ ପାଇଁ ସଂଘର୍ଷ କରୁଛନ୍ତି । ଏହା ପରେ ଜନ୍ ଆବ୍ରାହିମଙ୍କ ଏଣ୍ଟ୍ରି ହୋଇଛି । ‘ବେଦା’ର ଟିଜରରେ ଜନ୍ ଆବ୍ରାହମ୍ ଏବଂ ତମନ୍ନାଙ୍କ କେମିଷ୍ଟ୍ରୀର ଝଲକ ଦେଖିବାକୁ ମିଳିଛି । କହିରଖୁଛୁ ବେଦା ଫିଲ୍ମ ମାଧ୍ୟମରେ ପ୍ରାୟ ଦେଢ଼ ବର୍ଷ ପରେ ଜନ୍ ଆବ୍ରାହମଙ୍କୁ ବଡ଼ ପରଦାରେ ନଜର ଆସିବେ ।