ସାରା ଦେଶ ସଲମାନଙ୍କ ବିବାହ ବିଷୟରେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ୫୮ ବର୍ଷ ବୟସରେ ବ୍ୟାଚେଲର ରହିଛନ୍ତି ଦବଙ୍ଗ ଷ୍ଟାର ସଲମାନ୍ । ତେବେ ଟେଲିଭିଜନର ସୁପରହିଟ ରିଆଲିଟି ଶୋ’ରେ ସଲମାନ୍ ନିଜ ବିବାହକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ‘ବିଗ ବସ’ର ୱିକେଣ୍ଡ ୱାର ଏପିସୋଡରେ ଏଣ୍ଟ୍ରି କରିଥିଲେ ବଲିଉଡ ସୁନ୍ଦରୀ ତବୁ । ବଲିଉଡ ଦୁନିଆରେ ତବୁ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ତେବେ ଏହି ଏପିସୋଡରେ ଉଭୟ ଅଭିନେତା ଖୁବ ମଜା-ମସ୍ତି କରିଛନ୍ତି । ଏହାଭିତରେ ଉଭୟ ନିଜ ବିବାହକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା କରିଥିବା ଦେଖାଯାଇଛି । ଶୋ’ରେ ଉଭୟଙ୍କ ମଜା-ମସ୍ତି ଲୋକଙ୍କୁ ଖୁବ ପସନ୍ଦ ଆସିଛି ।ଏହି ସମୟରେ ସଲମାନ କହିଥିଲେ ଯେ, ଅଙ୍କିତା ଏବଂ ଭିକ୍କି ଅନେକ ଥର ବିବାହ କରି ସାରିଛନ୍ତି, ଶୋ’ ଆରମ୍ଭରୁ ହିଁ ସେମାନେ ଥରେ ବିବାହ କରିଥିଲେ । ଏଥିରେ ତବୁ ମଜାକିଆ ଅନ୍ଦାଜରେ କହିଛନ୍ତି ଯେ, ଆମେ(ସଲମାନ-ତବୁ)ତ ବିବାହ କରୁନୁ, ତେଣୁ ଆମ ଭାଗର ବିବାହ ଅନ୍ୟମାନଙ୍କ ଦ୍ୱାରା କରାଉଛୁ । ଏହପରେ ସଲମାନ ମଧ୍ୟ ଏହାକୁ ଏକ ମଜାଦାର ଜବାବ ଦେଇଛନ୍ତି ।ନିଜ ବିବାହକୁ ନେଇ ସଲମାନ କହିଛନ୍ତି ଯେ, ଆମେ ହ୍ୱିଲ ଚେୟାରରେ ବିବାହ କରିବୁ… ଆଉ ତା’ ପରେ ସିଧା ମଶାଣୀକୁ ଚାଲିଯିବୁ । ବିବହକୁ ନେଇ ସଲମାନଙ୍କ ଏହି ଜବାବ ଶୁଣି ସେଟ୍ ରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଅତିଥି ହସି ହସି ବେଦମ ହୋଇ ଯାଇଛନ୍ତି । ଏହାପରେ ବି ଫ୍ୟାନ୍ସମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ସଲମାନ କେବେ ଏବଂ କାହାକୁ କରିବେ ବିବାହ?
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post