ଆଗାମୀ ଦିନର ଚଳଚ୍ଚିତ୍ର Kalki 2898 AD ପ୍ରଥମ ଲୁକ ସେୟାର କରିଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନ ନିର୍ମାତା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ତାଙ୍କର ଏହି ପୋଷ୍ଟକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ସବୁବେଳେ ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଥାନ୍ତି । ଅମିତାଭ ବଚ୍ଚନ ଏହି ପୋଷ୍ଟକୁ ସେୟାର କରି ବୈଜନ୍ତି ମୁଭି ମେକର୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଗ ବି ନିଜେ ଏହାକୁ ଚ୍ୟାଲେଜିଙ୍ଗ ରୋଲ ବୋଲି କହିଛନ୍ତି । ବିଗ ବି ତାଙ୍କ ପୋଷ୍ଟରେ ଲେଖିଛନ୍ତି “ବୈଜନ୍ତୀ ମୁଭିଙ୍କୁ ଧନ୍ୟବାଦ ମତେ ଏହି ଚ୍ୟାଲେଞ୍ଜିଙ୍ଗ ଭୂମିକା ଦେଇଥିବାରୁ ।” ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦମଦାର ରୋଲରେ ଦେଖିବାକୁ ମିଳିବ । ଅମିତାଭ ବଚ୍ଚନଙ୍କର ଏହି ଅବତାର ଦେଖିବା ପରେ ଫ୍ୟାନ ମାନଙ୍କ ଏକସାଇଟମେଣ୍ଟ ବଢିବାରେ ଲାଗିଛି । ସମସ୍ତଙ୍କ ଆଗ୍ରହ ରହିଛି ଏହି ଫିଲ୍ମର କାହାଣୀ କ’ ଣ ହୋଇପାରେ । ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଅମିତାଭ ବଚ୍ଚନ ମୁଣ୍ଡରେ ପଟ୍ଟି ବାନ୍ଧି ଏକ ଯୋଦ୍ଧା ଭାବରେ ଠିଆ ହୋଇଛନ୍ତି । ତାଙ୍କର ଏହି ଲୁକ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମକୁ ନାଗ ଅଶ୍ୱିନୀ ଡାଇରେକ୍ଟ କରୁଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦିପିକା ପାଦୁକୋନ ଏବଂ ପ୍ରଭାସ ଏକା ସାଙ୍ଗରେ ନଜରକୁ ଆସିବେ । ଦିପିକା ଏବଂ ଅମିତାଭ ପୂର୍ବରୁ ୨୦୧୫ରେ ‘ପିକୁ’ ଫିଲ୍ମରେ କାମ କରି ସାରିଛନ୍ତି । ଏହି ଫିଲ୍ମଟି ସୁପର ନ୍ୟାଚୁରାଲ ବ୍ୟାଗରାଉଣ୍ଡ ଉପରେ ଆଧାରିତ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Next Post