ବଲିଉଡରେ ଡେବ୍ୟୁ କରିବେ ସାମନ୍ଥା

ବଲିଉଡରେ ଡେବ୍ୟୁ କରିବେ ସାମନ୍ଥା

ମେଟ୍ରୋ ଟିଭି ଓଡିଶା,୧୯/୧: ପୁଷ୍ପା:ଦ ରାଇଜ୍ ଏବେ ବି ଦର୍ଶକଙ୍କ ମନକୁ ଆଦରି ରଖିଛି । ଏହି ଫିଲ୍ମରେ ଆଇଟମ ଗୀତ ପରିବେଷଣ କରିଥିବା ସାମନ୍ଥା ରୁଥଙ୍କ ଗୀତ ଓ ଅନ୍ତାବା ଏବେ ଚର୍ଚ୍ଚାରେ । ଅନ୍ୟ କଳାକାର ମଧ୍ୟ ଏହି ଗୀତର ତାଳେ ତାଳେ ନାଚୁଛନ୍ତି । ଦର୍ଶକଙ୍କୁ ଏହି ଗୀତ ଖୁବ୍ ପସନ୍ଦ ଆସିଛି। ‘ଓ ଅନ୍ତାବା’ ଗୀତରେ ସାମନ୍ତାଙ୍କ ସହ ଅଲ୍ଲୁ ଅର୍ଜୁନ୍ ବି ଠୁମ୍କା ଲଗାଉଥିବାର ଦେଖିବାକୁ ମିଳିଛି। ତେବେ ଫିଲ୍ମ ନିର୍ମାତାଙ୍କୁ ସାମନ୍ଥାଙ୍କ ଡ୍ୟାନ୍ସ ଏତେ ପସନ୍ଦ ଆସିଛି ଯେ ତାଙ୍କ ପାଖକୁ ଫିଲ୍ମର ଅଫର ଛୁଟିବାରେ ଲାଗିଛି।
ସାମନ୍ଥାଙ୍କୁ ବଟିଉଡରୁ ବିଭିନ୍ନ ଅଫର ମଧ୍ୟ ଆସିଲାଣି । ସାଉଥ ଇଣ୍ଡଷ୍ଟ୍ରୀର ଏହି ହଟ୍ ଅଭିନେତ୍ରୀ ନିଜର ନୃତ୍ୟ ଶୌଳିରେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ଗତ ବର୍ଷ ଆମାଜନ ପ୍ରାଇମ୍ ଭିଡିଓର ସୁପରହିଟ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ ସିଜନ ୨ରେ ହିନ୍ଦୀରେ ଡିଜିଟାଲ ଡେବ୍ୟୁ କରିଥିଲେ। ଏବେ ସେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ସୂଚନା ମୁତାବକ .ସାମନ୍ଥାଙ୍କୁ ୟଶରାଜ ଫିଲ୍ମସ ପକ୍ଷରୁ ୩ଟି ଫିଲ୍ମ ଅଫର କରାଯାଇଛି। ୟଶରାଜ ଫିଲ୍ମସ ପକ୍ଷରୁ ସାମନ୍ଥାଙ୍କୁ ଏଥିପାଇଁ ଆପ୍ରୋଚ୍ କରାଯାଇଛି। କିନ୍ତୁ ଅଭିନେତ୍ରୀ କିମ୍ବା ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଏବେ ଯାଏଁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ତେବେ ସାମନ୍ଥାଙ୍କ ନିକଟରେ ଏବେ ପ୍ରବଳ କାମ କରିଛି। ତାଙ୍କ ହାତରେ ଏବେ କାଥୁ ବକୁଲା ରେଙ୍ଗଡୁ କାଧଲ(ତାମିଲ), ଶାଙ୍କୁତଲମ୍(ତେଲୁଗୁ), ଯଶୋଦା(ତେଲୁଗୁ) ଓ ଆରେଞ୍ଜମେଣ୍ଟ ଅଫ୍ ଲଭ୍ (ଇଣ୍ଟରନ୍ୟାସନାଲ ଡେବ୍ୟୁ) ଭଳି ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ପାଖରେ ଏତେ ପ୍ରୋଜେକ୍ଟ ଥିବାରୁ ଏବେ ଦେଖିବାକୁ ବାକି ରହିଲା ଯେ ସେ କେଉଁ ହିନ୍ଦୀ ଫିଲ୍ମ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରୁଛନ୍ତି। ଦର୍ଶକ ସାମନ୍ଥାଙ୍କୁ ବଡ଼ ପରଦାରେ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି।