ବଲିଉଡ ବନାମ ସାଉଥ ଫାଇଟ
ଚଳିତବର୍ଷ ଅନେକ ଭଲ ସିନେମା ରିଲିଜ ହୋଇଛି । ଯାହା ନୂଆ ଟ୍ରେଣ୍ଡ ବି ସୃଷ୍ଟି କରି ପାରିଛି । କିନ୍ତୁ, ଅସଲ ରୋମାଞ୍ଚ ତ ସ୍ୱାଧୀନତା ଦିବ ଦିନ ହେବାକୁ ଯାଉଛି । ଏହି ସ୍ୱାଧୀନତା ଦିବସରେ ସ୍ୱାଧୀନ ଭାବରେ ୫ ଟି ସିନେମା ରିଲିଜ ହେବ । ବକ୍ସ ଅଫିସରେ ଏହି ୫ ଟି ସିନେମା ସୌରମଣ୍ଡଳ ଭଳି ନିଜ ନିଜ ମଧ୍ୟରେ ପିଟି ହେବେ ଓ ଟକ୍କର ଜୋରଦାର ହେବାର ଆକଳନ ମଧ୍ୟ କରାଯାଉଛି ।ବଡ ପରଦାରେ ସିନେପ୍ରେମୀ ଶେଷଥର ପାଇଁ ଡଙ୍କି ଓ ସଲାର: ପାର୍ଟ ୧- ସିଜଫାୟରର ମହାଲଢେଇ ଦେଖିଥିଲେ । କହିରଖୁ, ସାଉଥ ସିନେମା ନିଜର କାହଣୀକୁ ନେଇ ସଫଳତାର ନୂଆ ଇତିହାସ ରଚନା କରୁଛି । ବଲିଉଡ ବି ପଛରେ ପଡିଯାଉଛି କାହାଣୀ ସାମ୍ନାରେ । ଆଉ ପୁଣିଥରେ ଖୁବଶୀଘ୍ର ଏହି ଟକ୍କର ଦେଖିବାକୁ ପାଇବେ ସିନେପ୍ରେମୀ ।