ଦୀର୍ଘ ଦିନରୁ ‘ବର୍ଡର-୨’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିଛି । ଖୁବଶୀଘ୍ର ୯୦ ଦଶକର ବ୍ଲକବଷ୍ଟର ସିନେମା ‘ବର୍ଡର’ର ସିକ୍ୱେଲର ଶୁଟିଙ୍ଗ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାଯାଇଛି । ବହୁ ଦିନରୁ ଏହି ସିନେମା ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ମଧ୍ୟ ଅଭିନେତାଙ୍କ ସିନେମା ଫ୍ଲପ ହେଉଥିବାର କୌଣସି ରିସ୍କ ନେବାକୁ ଡରୁଥିଲେ ମେକର୍ସ । ତେବେ ଜାଣିବାକୁ ମିଳିଛି ଯେ, ସିନେମାର ମୁଖ୍ୟ ଅଭିନେତା ସନ୍ନି ଦେଓଲ ଏହି ଫିଲ୍ମ ପାଇଁ ସାଇନ୍ କରି ସାରିଛନ୍ତି । ‘ବର୍ଡର-୨’ ପାଇଁ ୫୦ କୋଟ ଟଭ୍କାର ଏକ ବଡ଼ ଡିଲ କରିଛନ୍ତି ସନ୍ନି । ଏହା ସହିତ ଫିଲ୍ମରେ ନିର୍ମାତାଙ୍କ ଲାଭରୁ ମଧ୍ୟ ସେ ଭାଗ ନେବେ ବୋଲି ଡିଲ କରିଥିବା ଜଣାଯାଇଛି ।ଏହି ସିନେମାକୁ ନେଇ ମେକର୍ସ କହିଛନ୍ତି ଯେ, ଏହା ଭାରତୀୟ ସିନେମାର ସବୁଠାରୁ ବଡ଼ ଯୁଦ୍ଧଭିତ୍ତିକ ସିନେମା ହେବ । ତେବେ ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର ଆରମ୍ଭ କରାଯିବ ବୋଲି କହିଛନ୍ତି ମେକର୍ସ । ଏହି ସିନେମାରେ ସନ୍ନି ଦେଓଲଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା, ଏମୀ ୱିର୍କ ଏବଂ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ମଧ୍ୟ ସାମିଲ ହୋଇପାରନ୍ତି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post