ସିନେମା ‘ସୋଲଜର’ପାଇଁ ଅଭିନେତା ବବି ଦେୱାଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଖୁବ ଲୋକପ୍ରିୟତା ପାଇଥିଲେ। ନିକଟରେ ରିଲିଜ ହୋଇଥିବା ସିନେମା ‘ଆନିମଲ’ର ସଫଳତା ପରେ ବବିଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି। ଏହି କ୍ରମରେ ବବି ଦେୱାଲ ଓ ପ୍ରୀତି ଜିଣ୍ଟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ରହିଛି।ସୋଲଜର’ର ପ୍ରଯୋଜକ ରମେଶ ତୌରାନି ନିଜର ଆଇକନିକ ସିନେମାର ସିକ୍ବେଲକୁ ନେଇ ନୂଆ ଖବର ସେୟାର କରିଛନ୍ତି। ରମେଶ ସ୍ପଷ୍ଟ କରିଛନ୍ତି କି, ତାଙ୍କ ପାଖରେ ‘ସୋଲଜର’ର ସିକ୍ବେଲ ପ୍ଲାନ ପ୍ରସ୍ତୁତ ଅଛି। ଖୁବଶୀଘ୍ର ସେ ଏହାର କାଷ୍ଟିଂ ଉପରେ କାମ ଆରମ୍ଭ କରିବେ। ଆଗାମୀ ବର୍ଷ ସେ ସିନେମାର ସୁଟିଂ ଆରମ୍ଭ କରିବେ। ତେବେ କାହାଣୀକୁ ଦେଖି କଳାକର ଚୟନ କରାଯିବ। ଏଯାବତ କେଉଁ ଭୂମିକାରେ କେଉଁ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଆଯିବ ସେଥିପାଇଁ କିଛି ସ୍ଥିର କରାଯାଇନାହିଁ।’କିଛିଦିନ ପୂର୍ବରୁ ବବି ଦେୱାଲ ‘ସୋଲଜର’ର ସିକ୍ବେଲକୁ ନେଇ ଏକ ସଙ୍କେତ ଦେଇଥିଲେ। ଆଉ କହିଥିଲେ ଏହି ସିନେମା ପାଇଁ ରମେଶ ମୋତେ ଚୟନ କରି ପାରନ୍ତି। ଦ୍ବିତୀୟ ଥର ଏହି ସିନେମାର କାମ କରିବାର ସୁଯୋଗ ପାଇଲେ ଏହାକୁ ମୁଁ ମୋର ସୌଭାଗ୍ୟ ଭାବିବି।’ତେବେ ‘ସୋଲଜର’ ସିକ୍ବେଲକୁ ନେଇ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ କିଛି ବିଶେଷ ସୂତ୍ରରୁ ଖବର ମିଳିଛି ‘ସୋଲଜର-୨’ରେ ବବି ଓ ପ୍ରୀତି ମୁଖ୍ୟ ଭୂମିକାରେ ଅଭିନୟ କରିବେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post