ଅମ୍ବାନୀ ପରିବାରରେ ଏବେ ଖୁସିର ମାହୋଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ଏହା ପୂର୍ବରୁ ପ୍ରି ୱେିଡିଂ ସେରିମନିକୁ ଦୁହେଁ ଖୁବ୍ ମସ୍ତି କରୁଥିବାର ନଜର ଆସିଛନ୍ତି । ଜୁଲାଇ ୫ରେ ସଂଗୀତ ସେରିମନି ଏବଂ ଜୁଲାଇ ୮ରେ ହଳଦୀ ସେରିମନି ଆୟୋଜିତ ହୋଇଥିଲା । ହଳଦୀ ସେରିମନିରେ ରାଧିକକା ମର୍ଚାଣ୍ଟଙ୍କ ଆଉଟଫିଟକୁ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି ।ଜାମନଗରରେ ତ୍ରିଦିବସୀୟ ପ୍ରି ୱେଡିଂ ଉତ୍ସବ ହେଉ କିମ୍ବା କୌଣସି କ୍ରୁଜ୍ ପାର୍ଟି, ହାଇ ପ୍ରୋଫାଇଲ ଫଙ୍କସନରେ ରାଧିକା ମର୍ଚାଣ୍ଟଙ୍କ ଲୁକକୁ ନେଇ ସବୁବେଳେ ଚର୍ଚ୍ଚା । ନିକଟରେ ସେ ନିଜ ହଳଦୀ ସେରିମନିରେ କୌଣସି ସୁନା, ହୀରା ପରି ଦାମି ଅଳଙ୍କାରରେ ତିଆରି ଓଢ଼ଣୀ ପିନ୍ଧି ନଥିଲେ । ରାଧିକା ଫୁଲରେ ତିଆରି ଓଢ଼ଣୀ ପିନ୍ଧିଥିଲେ ଯାହା ତାଙ୍କ ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରିଥିଲା । ଫୁଲରେ ତିଆରି ଏହି ପୋଷାକ ବିଶିଷ୍ଟ ଡିଜାଇନର ଅନାମିକା ଖନ୍ନା ଡିଜାଇନ୍ କରିଥିଲେ । ଏହି ଓଢ଼ଣୀରେ ଅସଲି ଫୁଲରେ ତିଆରି ହୋଇଥିଲା । ଏଥିରେ ମୋଗ୍ରା ଏବଂ ଗେଣ୍ଡୁ ଫୁଲ ବ୍ୟବହାର ହୋଇଥିଲା । ସତରେ ଏହି ଆଉଟଫିଟ୍ ପିନ୍ଧି ରାଧିକା ବହୁତ ସତେଜ ଦେଖାଯାଉଥିଲେ ।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Prev Post
Next Post