ଫିଲ୍ମଫେୟାର ଆୱାର୍ଡ ୨୦୨୪

‘ଜମାଲ କୁଡୁ’ ଷ୍ଟେପରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

୬୯ ତମ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ତଥା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଏସବୁ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମଫେୟାର ଆୱାର୍ଡ ୨୦୨୪ ସମୟରେ ଚଳଚ୍ଚିତ୍ର ‘ଆନିମଲ’ର ଲୋକପ୍ରିୟ ଗୀତ ‘ଜମାଲ କୁଡୁ’ରେ ନାଚୁଥିବା ବେଳେ ରୋମାଣ୍ଟିକ ହୋଇଥିବାର ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆୱାର୍ଡ ଶୋ’ରେ ଭାଗ ନେବାକୁ ବଲିଉଡର ଅନେକ ବଡ ତାରକା ଆସିଥିଲେ। ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।ଫିଲ୍ମଫେୟାର ଆୱାର୍ଡ ୨୦୨୪ ରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଷ୍ଟାର ଦମ୍ପତି ‘ଆନିମଲ’ରୁ’ ଜମାଲ କୁଡୁ ‘ଗୀତରେ ନାଚୁଥିବାବେଳେ ରୋମାଣ୍ଟିକ ହୋଇଥିବାର ନଜର ଆସିଥିଲେ। ଭିଡିଓରେ ରଣବୀର-ଆଲିଆ ସେମାନଙ୍କ ମୁଣ୍ଡରେ ଏକ ଗ୍ଲାସ ଥୋଇ ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା। ସେ ନୃତ୍ୟ ଶେଷ କରିବା ମାତ୍ରେ ରଣବୀର ତାଙ୍କ ପତ୍ନୀ ଆଲିଆଙ୍କୁ ଗାଲରେ ଚୁମ୍ବନ ଦେଇଥିଲେ। ପ୍ରଶଂସକମାନେ ଏହି ଦମ୍ପତିଙ୍କ ଏହି ଡ୍ୟାନ୍ସ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।