ପୁଣି ବିପଦରେ ଭାଇଜାନ

ଲଗାତାର ବିପଦରେ ବଲିଉଡ ଅଭିନେତା ସଲମାନ ଖାଁ  ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ହେଉଛନ୍ତି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ।ନାଭି ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। କାରକୁ ନଷ୍ଟ କରିବା ପାଇଁ ପାକିସ୍ତାନରୁ ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା।