ପୁଣି ଏକାଠି ନଜର ଆସିବେ ହ୍ରିତିକ-କରୀନା
ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ କିଛି ସୁପର ହିଟ୍ ଯୋଡିଙ୍କୁ ପୁଣି ପରଦାରେ ଦେଖିବାକୁ ବହୁ ଦର୍ଶକ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଶାହରୁଖ-କାଜଲ ଓ ସଲମାନ-କ୍ୟାଟ୍ଙ୍କ ଯୋଡି ବେଶ୍ ଲୋକପ୍ରିୟ । ସେହିପରି ଅଛି ହ୍ରିତିକ ରେଶନ ଓ କରୀନା କପୁରଙ୍କ ଯୋଡି । ଏହି ଦୁଇ ଜଣଙ୍କ ଅନସ୍କ୍ରିନ୍ ଜଲୱା ଦର୍ଶକଙ୍କ ମନ ମୋହୁଥିଲା । କିନ୍ତୁ ଏହି ଯୋଡିଙ୍କୁ ଅନେକ ଦିନରୁ ଦେଖିବାକୁ ମିଳିନି। ଦୁହେଁ ପ୍ରାୟ ୧୯ବର୍ଷ ପୂର୍ବେ ‘ମେଁ ପ୍ରେମ୍ କି ଦିୱାନି ହୁଁ’ ପିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ହ୍ରିତିକ୍-କରୀନା ଯୋଡିଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ।
ସୂଚନା ଅନୁଯାୟୀ ହ୍ରିତିକ-କରୀନାଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ହେଉଛି ‘ଉଲଜ’। ଏହି ବିଗ୍ ବଜେଟ୍ ଫିଲ୍ମ ପାଇଁ ଦୁହିଁଙ୍କୁ ଆପ୍ରୋଚ୍ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦୁହେଁ ଫିଲ୍ମରେ କାମ କରିବା ନେଇ କୌଣସି ଘୋଷଣା କରି ନାହାନ୍ତି । କେବଳ ସେମାନେ ନିର୍ମାତାଙ୍କଠାରୁ ଅଫର୍ ଗ୍ରହଣ କରିଛନ୍ତି ହେଲେ ଏକାଠି କାମ କରିବେ କି ନାହିଁ ତାହା ସୂଚନା ମିଳିନି। ସେମାନେ ‘ମେଁ ପ୍ରେମ୍ କି ଦେୱାନି ହୁନ୍’ ବ୍ୟତୀତ ହ୍ରିତିକ୍ ଏବଂ କରୀନା ,କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ ଏବଂ ‘ୟାଦେଁ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରି ନଜର ଆସିଥିଲେ । ଏହି ଖବର ଶୁଣିବା ପରେ ଫ୍ୟାନ୍ସ ବହୁତ ଖୁସି ରହିଛନ୍ତି। ଫ୍ୟାନ୍ସ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ହ୍ରିତିକଙ୍କ ଅପ୍କମିଂ ଫିଲ୍ମ ‘ଫାଇଟର’ ରହିଛି। ଯେଉଁଥିରେ ଦୀପିକା ପାଦୁକୋନ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତାବର୍ଷ ପରଦାକୁ ଆସିବ।