ପରିବର୍ତ୍ତନ ହେଲା ରାଧେ ଶ୍ୟାମର ରିଲିଜ ଡେଟ୍ : ଓଟିଟିରେ ଷ୍ଟ୍ରିମିଂରେ ନୁହେଁ ସିନେମାରେ ମୁକ୍ତିଲାଭ ହେବ

ପରିବର୍ତ୍ତନ ହେଲା ରାଧେ ଶ୍ୟାମର ରିଲିଜ ଡେଟ୍ : ଓଟିଟିରେ ଷ୍ଟ୍ରିମିଂରେ ନୁହେଁ ସିନେମାରେ ମୁକ୍ତିଲାଭ ହେବ pic credit-koimoi

pic credit-times of india

ମେଟ୍ରୋ ଟିଭି ଓଡିଶା,୨୮/୧ : ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ‘ରାଧେ ଶ୍ୟାମ’କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଜାନୁୟାରୀ ୧୪ରେ ଏହା ରିଲିଜ୍ ହେବାର ଥିଲା। ହେଲେ ମହାମାରୀ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ରିଲିଜ୍ ଡେଟ୍କୁ ସ୍ଥଗିତ ରଖାଯାଇଥିଲା।


pic credit-twitter

ସୂଚନା ଅନୁଯାୟୀ, ଏହି ଫିଲ୍ମଟି ଓଟିଟିରେ ଷ୍ଟ୍ରିମିଂ ପାଇଁ ୪୦୦ କୋଟିର ଅଫର କରାଯାଇଥିଲା। କିନ୍ତୁ ରାଧେ ଶ୍ୟାମର ନିର୍ଦ୍ଦେଶକ ରାଧା କୃଷ୍ଣ କୁମାର ଏହି ଅଫରକୁ ମନା କରି ଦେଇଥିଲେ । କାରଣ ଏହି ବିଗ୍ ବଜେଟ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ କହିଥିଲେ। ଏନେଇ ନିର୍ଦ୍ଦେଶକ ରାଧା କୃଷ୍ଣ କୁମାର ଟ୍ବିଟ୍ କରି କହିଛନ୍ତି ଯେ, ରାଧେ ଶ୍ୟାମ ଖୁବ୍ ଶୀଘ୍ର ସିନେମା ହଲ୍ରେ ମୁକ୍ତିଲାଭ କରିବ। ତେବେ ନିର୍ମାତା ଫିଲ୍ମକୁ ମାର୍ଚ୍ଚରେ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି ।