ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର ଅନ୍-ସ୍କ୍ରିନ୍ ରୋମାନ୍ସ ଦେଖି ଈର୍ଷା କରୁଥିଲେ।ମସାଲାକୁ ଦେଇଥିବା ଏକ ସାକ୍ଷାତକାରରେ ରାମ ଚରଣ କହିଛନ୍ତି “ମୋର ମୋ ମା’ଙ୍କ ସହ ଥିବା ସମ୍ପର୍କକୁ ଦେଖି ପ୍ରଥମେ ପ୍ରଥମେ ଉପାସାନା ଈର୍ଷା କରୁଥିଲେ। ଏମିତି କି ଫିଲ୍ମରେ କିଛି ରୋମାଣ୍ଟିକ୍ ଦୃଶ୍ୟ ଦେଖିବା ପରେ ବି ସେ ଈର୍ଷା କରିବା ଆରମ୍ଭ କରୁଥିଲେ। ପରେ ସମୟ ସହ ସେ ଆମ ପରିବାର ଓ ମୋ କାମକୁ ବୁଝିପାରିଲେ। ମୁଁ ଭାବୁଥିଲି ସେ କେବେ ବି ମୋ କାମକୁ ବୁଝିପାରିବେ ନାହିଁ। ହେଲେ ସେ ମୋତେ ଭୁଲ ପ୍ରମାଣିତ କଲେ।”ଏହା ପୂର୍ବରୁ ଉପାସନା ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରଥମେ ଫିଲ୍ମରେ ତାଙ୍କର ଅନ୍ୟ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟ ଦେଖିଲେ ମୁଁ ଚିଡ଼ିଯାଉଥିଲି। ତାଙ୍କୁ ପଚାରୁଥିଲି ଯେ, ଏଭଳି କରିବା କ’ଣ ଜରୁରୀ ଥିଲା। ଏହା ଶୁଣି ସେ ମୋତେ କହୁଥିଲେ, ଦୟାକରି ମୋତେ ଓ ମୋ କାମକୁ ବୁଝ। ଏସବୁ କରିବାକୁ ପଡେ। ତଥାପି ସେସବୁକୁ ଗ୍ରହଣ କରିବା ମୋ ପାଇଁ ସହଜ ନଥିଲା। କିନ୍ତୁ ମୁଁ ସମୟ ସହ ସବୁ ବୁଝିଲି ଏବଂ ଜାଣିଲି।”
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post